ଦେଶ ବିଦେଶ

ଏହି ରାଜ୍ୟର ସରକାର ନେଲେ ବଡ଼ ନିଷ୍ପତ୍ତି: ମେ’ ୩୧ ସୁଦ୍ଧା ରାସନ କାର୍ଡ ରଦ୍ଦ କରିବାକୁ ଦେଲେ ଆଦେଶ…ଜାଣନ୍ତୁ କେଉଁମାନେ ପାଇବେନି ସୁବିଧା

କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ଗରିବ ବର୍ଗର ଲୋକଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ କରାଇଛନ୍ତି। ସେଥି ମଧ୍ୟରୁ ଗୋଟିଏ ହେଉଛି ରାସନ କାର୍ଡ। ଏହି ସରକାରୀ ଯୋଜନା ଅଧୀନରେ ଅନେକ ଗରିବ, ଖଟିଖିଆ ଲୋକ ମାଗଣାରେ ରାସନ ସୁବିଧା ପାଉଛନ୍ତି। କିନ୍ତୁ ଏହି ଯୋଜନାରୁ କିଛି ଅଯୋଗ୍ୟ ହିତାଧିକାରୀ ମଧ୍ୟ ଭରପୂର ଲାଭ ଉଠାଉଥିବାର ଅଭିଯୋଗ ହୋଇ ଆସୁଛି। ସ୍ୱଚ୍ଛଳ ରୋଜଗାର ଥାଇ ବି ଏମାନେ ସରକାରଙ୍କୁ ଚକ୍‌ମା ଦେଇ ଆସୁଛନ୍ତି। ତେବେ କରୋନା ମହାମାରୀ ଆରମ୍ଭ ପରଠାରୁ ସରକାର ରାସନ କାର୍ଡଧାରୀଙ୍କୁ ପ୍ରତ୍ୟେକ ମାସରେ ମାଗଣା ଚାଉଳ, ଗହମ, ଡାଲି ଆଦି ଯୋଗାଇ ଆସୁଛନ୍ତି। ଏହି କ୍ରମରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ରାସନ କାର୍ଡ ଜରିଆରେ ମାଗଣା ରାସନ ଦେଉଛନ୍ତି।

କିନ୍ତୁ ବିଗତ କିଛି ମାସ ହେବ ଅନେକ ରାଜ୍ୟରେ ଅଯୋଗ୍ୟ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ମିଳୁଥିବା ଘଟଣା ସାମ୍ନାକୁ ଆସୁଛି। ଏମାନଙ୍କୁ ରାସନ କାର୍ଡ ମାଧ୍ୟମରେ ସମସ୍ତ ରାସନ ସୁବିଧା ମିଳୁଛି, ଯେଉଁଥିପାଇଁ ଏବେ କିଛି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହିଭଳି ଅଯୋଗ୍ୟ ହିତାଧିକାରୀମାନଙ୍କ ରାସନ କାର୍ଡକୁ ରଦ୍ଦ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏଇ କିଛି ଦିନ ଭିତରେ ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟର ସରକାର ରାସନ କାର୍ଡର ତୁରନ୍ତ ଯାଞ୍ଚ ଆଦେଶ ଦେଇଛନ୍ତି।

ବିହାର ସରକାରଙ୍କ ବଡ଼ ନିଷ୍ପତ୍ତି

କହି ରଖୁଛୁ ଯେ ବିହାରର ନିତୀଶ ସରକାର ଅଯୋଗ୍ୟ ଲୋକଙ୍କର ରାସନ କାର୍ଡକୁ ରଦ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ସମସ୍ତ ରାସନ କାର୍ଡଧାରୀଙ୍କ ଯାଞ୍ଚ କରାଯିବ। ଏହାପରେ ଅଯୋଗ୍ୟମାନଙ୍କ ରାସନ କାର୍ଡକୁ ଆସନ୍ତା ମେ’ ୩୧ ସୁଦ୍ଧା ରଦ୍ଦ କରି ଦିଆଯିବ। ଏ ନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲାର ଡିଏମ୍‌ଙ୍କୁ ଆଦେଶ ଜାରି କରିଛନ୍ତି।

ଏହି ଲୋକମାନଙ୍କର ରଦ୍ଦ ହେବ ରାସନ କାର୍ଡ

ସୂଚନାଥାଉ କି, ଯେଉଁ ଲୋକମାନଙ୍କର ମାସିକ ଦରମା ୧୦,୦୦୦ ଟଙ୍କାରୁ ଅଧିକ ରହିଛି, ସରକାର ସେହିମାନଙ୍କ ରାସନ କାର୍ଡକୁ ରଦ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି। ଏଥି ସହିତ ଯେଉଁମାନଙ୍କ ପାଖରେ ୪ ଚକିଆ ଯାନ ରହିଛି ଏବଂ ଘରେ କେହି କରଦାତା ଅଛନ୍ତି, ସେମାନଙ୍କ ରାସନ କାର୍ଡକୁ ମଧ୍ୟ କ୍ୟାନ୍ସଲ କରି ଦିଆଯିବ। ଏଥି ସହିତ ଆପଣଙ୍କୁ କହି ରଖୁଛୁ ଯେ ଉତ୍ତର ପ୍ରଦେଶର ଯୋଗୀ ସରକାର ବି ଅଯୋଗ୍ୟ ଲୋକମାନଙ୍କର ରାସନ କାର୍ଡ ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି।

Roshni

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

4 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

13 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

16 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

50 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

51 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago