ସ୍ପେଶାଲ

ଏହି ନଦୀର କାଦୁଅରୁ ବାହାରୁଛି ମେଞ୍ଚା ମେଞ୍ଚା ସୁନା, ବ୍ୟାଗ୍‌ରେ ଭରି କରି ଘରକୁ ବୋହି ଆଣୁଛନ୍ତି ଲୋକେ

ପଙ୍କରୁ ବାହାରୁଛି ସୁନା। ବିଶ୍ୱାସ ହେଉ ନଥିଲେ ବି କଥାଟି ପୂରାପୂରି ସତ। ସାରା ଦୁନିଆର ଲୋକ ସୁନା ପିନ୍ଧିବାକୁ ଭଲ ପାଆନ୍ତି। ସମସ୍ତଙ୍କୁ ସୁନା ପସନ୍ଦ। ପୁରୁଷ ହୁଅନ୍ତୁ କି ମହିଳା, ସମସ୍ତେ ସୁନା ଅଳଙ୍କାର ପିନ୍ଧିବାର ସୌଖୀନ୍‌ ହୋଇଥାନ୍ତି। ଏଭଳି ସ୍ଥିତିରେ ଯଦି ସହଜରେ ତଥା ମାଗଣାରେ ସୁନା ମିଳିଯାଏ, ତେବେ ଆଉ କ’ଣ ଦରକାର।

ଥାଇଲାଣ୍ଡରେ ଏକ ଏଭଳି ନଦୀ ରହିଛି, ଯାହା ଭିତରୁ ବାହାରୁଛି ମୂଲ୍ୟବାନ୍‌ ସୁନା। ଏହି ନଦୀର ଏକ ଅଂଶରେ ଥିବା କାଦୁଅରୁ ଏହି ଅମୂଲ୍ୟ ଜିନିଷ ବାହାରୁଛି। ନଦୀର କାଦୁଅରୁ ସୁନା ବାହାରୁଥିବାରୁ ସ୍ଥାନୀୟ ଲୋକେ ଏହାକୁ ଛାଣି ଛାଣି ଘରକୁ ସୁନା ବୋହି ନେଇ ଯାଇଥାନ୍ତି। ଲୋକମାନେ ଏଠାକୁ ସକାଳୁ ସକାଳୁ ଆସି ବ୍ୟାଗ୍‌ରେ ସୁନା ଭରି ନେଇ ଯାଇଥାନ୍ତି। ଏଠାକାର ଲୋକଙ୍କର କାମ ହିଁ ଏଇୟା।

ଦୀର୍ଘ ଦିନ ହେଲାଣି ବାହାରୁଛି ସୁନା:

ଥାଇଲାଣ୍ଡର ଏହି ନଦୀକୁ ଗୋଲ୍ଡ ମାଉଣ୍ଟେନ୍‌ ବୋଲି କୁହାଯାଏ। ଏହି ନଦୀ ସାଉଥ୍‌ ଥାଇଲାଣ୍ଡରେ ପ୍ରବାହିତ ହେଉଛି। ଏହା ଥାଇଲାଣ୍ଡରୁ ମାଲେସିଆ ଆଡ଼କୁ ବୋହୁଛି। ଏହି ନଦୀରେ ଦୀର୍ଘ ଦିନ ଧରି ସୁନା ମିଳୁଛି। ନଦୀର ଏକ ଅଂଶରେ କାଦୁଅ ବା ପଙ୍କ ଜମା ହୋଇ ରହୁଛି। ଏହି ପଙ୍କରେ ହିଁ ସୁନା ଜମା ହେଉଛି। ଏହି ପଙ୍କରୁ ସୁନା ବାହାର କରିବାକୁ ଲୋକଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ଏଠାକାର ସ୍ଥାନୀୟ ବାସିନ୍ଦାଙ୍କ ମୁତାବକ, ଏହି କାଦୁଅରୁ ଯେତିକି ସୁନା ମିଳେ ସେଥିରେ ଜଣେ ବ୍ୟକ୍ତି ମାତ୍ର ଗୋଟିଏ ଦିନ ହିଁ ଚଳିପାରିବ।

ଭାରତରେ ବି ରହିଛି ସୁନାର ନଦୀ:

କେବଳ ଥାଇଲାଣ୍ଡର ଏହି ନଦୀରୁ ସୁନା ବାହାରେନି। ବରଂ ଭାରତରେ ବି ଏକ ଏଭଳି ନଦୀ ରହିଛି, ଯେଉଁଥିରୁ ସୁନା ବାହାରିଥାଏ। ଏହି ନଦୀ ଝାଡ଼ଖଣ୍ଡରେ ପ୍ରବାହିତ ହେଉଛି। ଏହି ନଦୀର ନାଁ ହେଉଛି ସ୍ୱର୍ଣ୍ଣ ରେଖା ବା ସୁବର୍ଣ୍ଣ ରେଖା। ସୁବର୍ଣ୍ଣରେଖା ଓଡ଼ିଶାର କିଛି ଜିଲ୍ଲାରେ ପ୍ରବାହିତ ହେଉଛି। ଏହି ନଦୀ ମୁଖ୍ୟତଃ ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ବୋହୁଛି। ଏହି ନଦୀ ତଳେ ସୁନାର କ୍ଷୁଦ୍ର କଣିକା ମିଳେ। ତେବେ କିଛି ଲୋକଙ୍କ କହିବାନୁସାରେ, ଏହି ସୁନା ସୁବର୍ଣ୍ଣରେଖା ନଦୀର ନୁହେଁ। ବରଂ ଏହାର ଶାଖା ନଦୀ କରକରୀ ନଦୀରେ ସୁନା ରହିଛି। ସେହି ନଦୀର ଜଳରୁ ସୁନା ଭାସି ଆସି ସୁବର୍ଣ୍ଣରେଖାରେ ମିଶୁଛି।

Also Read: ଯୌନ ସମ୍ପର୍କ ରଖିବା ଯୋଗୁ ବି ବ୍ୟାପିପାରେ ‘ମଙ୍କିପକ୍ସ’ ଭାଇରସ୍‌, ଚେତାବନୀ ଦେଲେ ବିଶେଷଜ୍ଞ

WCW 11

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

5 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

14 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

17 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

50 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

52 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago