ସ୍ପେଶାଲ

ଯୌନ ସମ୍ପର୍କ ରଖିବା ଯୋଗୁ ବି ବ୍ୟାପିପାରେ ‘ମଙ୍କିପକ୍ସ’ ଭାଇରସ୍‌, ଚେତାବନୀ ଦେଲେ ବିଶେଷଜ୍ଞ

ବର୍ତ୍ତମାନ ଦୁନିଆ ଯେତିକି ଯେତିକି ଆଗକୁ ଯାଉଛି, ସେତିକି ନୂଆ ତଥା ଅଦ୍ଭୁତ ରୋଗ ସାମ୍ନାକୁ ଆସୁଛନ୍ତି। ଏବେ ସାରା ବିଶ୍ୱରେ କରୋନା ସଙ୍କଟ ଟିକେ ଥମିଥିବା ବେଳେ ଏବେ ନୂଆ ବିପଦ ଭାବେ ଉଭା ହୋଇଛି ମଙ୍କିପକ୍ସ। ଏହି ରୋଗ ଏବେ ଧୀରେ ଧୀରେ ସବୁ ଦେଶକୁ ନିଜ କବ୍‌ଜାକୁ ନେବାରେ ଲାଗିଛି। ଇଂଲଣ୍ଡ ସମେତ ସ୍ପେନ୍‌ ଓ ପର୍ତ୍ତୁଗାଲ ଭଳି ଦେଶରେ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ୟୁରୋପ ନୁହେଁ, ଆମେରିକାରେ ବି ଜଣେ ବ୍ୟକ୍ତି ଏହି ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଏହି ଲକ୍ଷଣ ଥିବା କିଛି ଅନ୍ୟ ଲୋକଙ୍କର ମଧ୍ୟ ପରୀକ୍ଷଣ କରାଯାଉଛି।

ମେ’ ୭ରେ ଲଣ୍ଡନ୍‌ରେ ମଙ୍କିପକ୍ସର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ। ଉକ୍ତ ବ୍ୟକ୍ତି ନିକଟରେ ନାଇଜେରିଆରୁ ଫେରିଥିଲେ। ବିଶେଷଜ୍ଞଙ୍କ କହିବାନୁସାରେ, ବ୍ୟକ୍ତି ଜଣକ ଆଫ୍ରିକାରେ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। କିନ୍ତୁ ଏକ୍ସପର୍ଟମାନେ ଏବେ ବି ସ୍ପଷ୍ଟ ହୋଇନାହାନ୍ତି ଯେ ତା’ ପରେ କେମିତି ରୋଗ ବ୍ୟାପୁଛି।

ସୂଚନା ମୁତାବକ, ଏହା ଏକ ସ୍ୱତନ୍ତ୍ର ଧରଣର ପକ୍ସ। ସାଧାରଣ ପକ୍ସର ଚିକିତ୍ସା ଡାକ୍ତରଙ୍କ ପାଖରେ ଉପଲବ୍ଧ ଥିଲେ ବି ଏହା ସମ୍ପୂର୍ଣ୍ଣ ଭିନ୍ନ, ଯାହା ବିଷୟରେ ଡାକ୍ତରଙ୍କର କୌଣସି ଜ୍ଞାନ ନାହିଁ। ବିଶେଷଜ୍ଞମାନେ ଏହି ପକ୍ସକୁ ନେଇ ଅଧିକ ଗବେଷଣା କରୁଛନ୍ତି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ମଙ୍କି ପକ୍ସ ରୋଗର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡ ବିନ୍ଧା, ପିଠି ଓ ବେକରେ ଯନ୍ତ୍ରଣା ଆଦି ଲକ୍ଷଣ ରହିଛି। କମ୍ପ ଆସିବା, ଥକ୍କାପଣ ଅନୁଭବ କରିବା ମଧ୍ୟ ଏହାର ଏକ ଲକ୍ଷଣ। ଏଥିସହ ଏହି ରୋଗ ହେଲେ ଶରୀରରେ ଛୋଟ ଛୋଟ ଫଳି ବି ଯାଏ।

ଏବେ ଯାଏଁ ବୈଜ୍ଞାନିକ ଭାବେ ଭାବୁଥିଲେ ଯେ ଏହି ରୋଗ ଡ୍ରପ୍‌ଲେଟ୍ସ ଯୋଗୁ ବ୍ୟାପୁଛି। କିନ୍ତୁ ନୂଆ ମାମଲାର ଯାଞ୍ଚ ପରେ ଡାକ୍ତରଙ୍କୁ ଭୟ ହୋଇଛି ଯେ ଯୌନ ସମ୍ପର୍କ ଯୋଗୁ ମଧ୍ୟ ମଙ୍କି ଭାଇରସ୍‌ ବ୍ୟାପୁଛି। ଏ ନେଇ ଏକ୍ସପର୍ଟ ଚେତାବନୀ ମଧ୍ୟ ଜାରି କରିଛନ୍ତି। ବିଶେଷଜ୍ଞଙ୍କ ମୁତାବକ, ଯଦି ଆପଣ କୌଣସି ମଙ୍କି ପକ୍ସ ସଂକ୍ରମିତଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି, ତେବେ ଆପଣ ବି ଏହି ରୋଗରେ ସଂକ୍ରମିତ ହେବା ଆଶଙ୍କା ରହିଛି।

ମଙ୍କି ପକ୍ସର ଲକ୍ଷଣ:

ଫ୍ଲୁ ଲକ୍ଷଣ ନଜର ଆସିବା, ମୁଣ୍ଡ ବିନ୍ଧିବା, ନିମୋନିଆ ଲକ୍ଷଣ, ପ୍ରବଳ ଜ୍ୱର, ମାଂସପେଶୀରେ ଯନ୍ତ୍ରଣା, ପ୍ରବଳ ଥଣ୍ଡା ଲାଗିବା, ଶରୀରରେ ନାଲି ନାଲି ହୋଇ ଫଳିଯିବା, ଅତ୍ୟଧିକ ଥକା ଲାଗିବା

Also Read: ଏ ସପ୍ତାହର ରାଶିଫଳ !

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

54 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago