ସ୍ପେଶାଲ

ଶାସ୍ତ୍ରରେ ଡାହାଣ ହାତ-ପାଦକୁ ନେଇ ରହିଛି ବିଶେଷ ମାନ୍ୟତା, ଜାଣନ୍ତୁ ଓ ନିୟମକୁ ପାଳନ କରନ୍ତୁ

ହିନ୍ଦୁ ଧର୍ମରେ ସମସ୍ତ ଶୁଭ ତଥା ମାଙ୍ଗଳିକ କାର୍ଯ୍ୟ କରିବା ସମୟରେ ପ୍ରତ୍ୟେକଟି ଆଚରଣ ଉପରେ ଧ୍ୟାନ ଦିଆଯାଏ। ଏପରିକି କେଉଁ ହାତର ବ୍ୟବହାର କରାଯିବ ତାହା କୁ ନେଇ ମଧ୍ୟ ଶାସ୍ତ୍ର ରେ ଉଲ୍ଲେଖ ରହିଛି। ଆପଣ ଜାଣିଥିବେ ପୂଜା କାମ ହେଉ ଅବା ଅନ୍ୟ କୌଣସି ଶୁଭ କାମ ସୁବଥିରେ ଡାହାଣ ହାତର ବ୍ୟବହାର କରାଯାଏ। ଏମିିତିରେ ଗୁରୁଜନ ମାନଙ୍କୁ ସମ୍ମାନ ଜଣାଇ ଆମେ ତାଙ୍କ ସାମ୍ନାରେ ବାମ ହାତକୁ ଆଗକୁ ବଢ଼ାଇନଥାଉ। ତେବେ ଏସବୁ ମଧ୍ୟରେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି , ଆମେ କାହିଁକି ଶୁଭ କାମ ତଥା ସମ୍ମାନ ପାଇଁ କେବଳ ଡାହାଣ ହାତର ବ୍ୟବହାର କରୁ?

ହିନ୍ଦୁ ଧର୍ମରେ ସବୁ କାମ ପାଇଁ ଡାହାଣ ହାତର ବ୍ୟବହାର କରାଯାଏ। ଏମିତିରେ ଭଗବାନଙ୍କୁ ପୂଜା ମଧ୍ୟ ଆମେ ଏହି ହାତର ବ୍ୟବହାର କରୁ। କାହାକୁ ଦାନ କରିବା, ଖାଇବାକୁ ଦେବା ସମୟରେ ଆମର ଡାହାଣ ହାତ ମାଧ୍ୟମ ସାଜେ। ଆପଣ ଆଳତୀ ନେବା ସମୟରେ ମଧ୍ୟ ଏହି ହାତକୁ ଆଗକୁ ବଢ଼ାଇଥାନ୍ତି। କିନ୍ତୁ ଏହାର କାରଣ କାହାକୁ ହୁଏତ ଜଣାନଥିବ।

ଆମ ଭିତରୁ କିଛି ଲୋକ ଏହାକୁ ବିଶ୍ୱାସ କରୁନଥିବା ବେଳେ ଅନ୍ୟ ମାନେ ଏହାକୁ ନେଇ କାରଣ ଖୋଜନ୍ତି। ପ୍ରକୃତରେ ଏମିତି କରିବା ପଛରେ ଶାସ୍ତ୍ରରେ ଶୁଭ ମନାଯାଏ। ସିଧା ଅର୍ଥାତ ଡାହାଣ ହାତରେ ସମସ୍ତ କାମ କଲେ ଏହାଦ୍ୱାରା ବ୍ୟକ୍ତିଙ୍କୁ ସକାରାତ୍ମକ ଉର୍ଜା ମିଳିଥାଏ। ଏହାସହ ଭଗବାନଙ୍କ ଆଶିର୍ବାଦ ମିଳିଥାଏ। ପ୍ରଭୁଙ୍କ ପୂଜା କରିବା ସହ ଦାନ ଧର୍ମ ଆଦି ସମସ୍ତ ଶୁଭ କାମ ବେଳେ ଡାହାଣ ହାତର ବ୍ୟବହାର କଲେ ସକାରାତ୍ମକ ଶକ୍ତି ଶରୀର ମଧ୍ୟକୁ ପ୍ରବେଶ କରେ। ମନ ଶାନ୍ତ ରହିବା ସହ ଭଗବାନଙ୍କ କୃପା ଦୃଷ୍ଟି ଆପଣଙ୍କ ଉ ପରେ ପଡ଼େ।

ଶାସ୍ତ୍ର ଅନୁଯାୟୀ ହିନ୍ଦୁ ଧର୍ମରେ ପୂଜା ପାଠ କରିବା ସମୟରେ ପ୍ରାୟତଃ ସମସ୍ତେ ଡାହାଣ ହାତର ବ୍ୟବହାର କରନ୍ତି। କିନ୍ତୁ ଦାନ ସମୟରେ ଯେକୌଣସି ହାତର ବ୍ୟବହାର କରିଥାନ୍ତି। ଏହାକୁ ଶାସ୍ତ୍ରରେ ବାରଣ କରାଯାଇଛି। ମାନ୍ୟତା ରହିଛି ଯେ ସିଧା ହାତରେ କରାଯାଇଥିବା ଦାନରେ ଦେବତାମାନେ ପ୍ରସନ୍ନ ହୋଇଥାନ୍ତି। ତେଣୁ ଭୁଲରେ ବି ବାମ ହତ ଏହି ସବୁକ କାମରେ ବ୍ୟବହାର କରନ୍ତୁ ନାହିଁ। ନଚେତ୍‌ ଭଗବାନ ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ।

ତେବେ ଶାସ୍ତ୍ରରେ ସିଧା ପାଦ ମାନେ ଡାହାଣ ପାଦର ର ମଧ୍ୟ ବିଶେଷତ୍ୱ ରହିଛି। ଜ୍ୟେତିଷ ଶାସ୍ତ୍ର ମୁତାବିକ ଘର ବାହାରକୁ ବାହାରିବା ସମୟରେ ସିଧା ପାଦ ପ୍ରଥମେ ବାହାର କରିବା ଉଚିତ। ଏମିତିରେ ଆପଣ ଯେଉଁ କାମ ପାଇଁ ଘରୁ ବାହାରିଥିବେ ସେ କାମ ସଫଳ ହେବ। ଏହାସହ ସିଧା ହାତରେ କରାଯାଇଥିବା କାମ ସିଦ୍ଧ ଅର୍ଥାତ ନିର୍ବିଘ୍ନରେ ପୁରା ହୋଇଯାଏ। ତେଣ ଶାସ୍ତ୍ରରେ ଥିବା କଥାକୁ ଧ୍ୟାନରେ ରଖି ହିନ୍ଦୁ ଧର୍ମରେ ହେଉଥିବା ସମସ୍ତ ଶୁଭ କାମରେ ଡାହାଣ ହାତ ର ବ୍ୟବହାର କରାଯାଏ। ଆପଣ ମାନେ ମଧ୍ୟ ଏହି ହାତର ବ୍ୟବହାର କରି ପୁଣ୍ୟ ଅର୍ଜନ କରିପାରିବେ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

55 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago