ବିଶ୍ୱର ଅଧିକାଂଶ ଦେଶରେ କରୋନା ମହାମାରୀ କାରଣରୁ ଜାରି ହୋଇଥିବା ଲକ ଡାଉନ ସ୍ଥିତିକୁ ଧୀରେ ଧୀରେ କୋହଳ କରାଯାଉଛି । ଅଧିକାଂଶ ଦେଶରେ ହଟାଇ ଦିଆଯାଇ ଗଲାଣି । ନେଦରଲ୍ୟାଣ୍ଡ ଓ ଥାଇଲ୍ୟାଣ୍ଡ ପରି ଦେଶ ମାନେ ନିଜ ନିଜ ବେସ୍ୟାଳୟ ଓ ରେଡ ଲାଇଟ ଏରିଆକୁ ଖୋଲିବାକୁ ଅନୁମତି ଦେଇଦେଲେଣି । କିନ୍ତୁ ଏଥିନେଇ କଡ଼ା ପ୍ରତିବନ୍ଧକ ଜାରି ହୋଇଛି । ଅର୍ଥାତ ରେଡଲାଇଟ ଏରିଆ ଯାଇହେବ କିନ୍ତୁ କିସ କରିହେବ ନାହିଁ । ଅତି ଜୋରରେ ଶ୍ଵାସ ନେବାରେ ମଧ୍ୟ ବାରଣ କରାଯାଇଛି । କହିରଖିବା ଉଚିତ ହେବକି, ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଜୁଲାଇ ୧ ତାରିଖରୁ ବ୍ୟଙ୍ଗକକର ରେଡ଼ ଲାଇଟ ଏରିଆକୁ ଖୋଲା ଯାଇଛି । ଏହା ସହ ଥାଇଲ୍ୟାଣ୍ଡର ବାର, କାରାଓକା ଭେନ୍ୟୁ , ମସାଜ ପାର୍ଲର ଆଦିକୁ ମଧ୍ୟ ଖୋଲି ଦିଆଯାଇଛି ।
ଗତ ୩୭ ଦିନ ହେବ ଏହି ଦେଶ ମାନଙ୍କରେ ଗୋଟିଏ ବି କରୋନା ଜନିତ ମାମଲା ସାମ୍ନାକୁ ଆସିନାହିଁ । ଖୋଲିବା ପରେ ହଜାର ହଜାର ସଂଖ୍ୟାରେ ସେକ୍ସ ୱାର୍କର ପୁଣି ଥରେ ନିଜ କାମକୁ ଫେରିଛନ୍ତି । ଏକ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ ଅନୁଯାୟୀ, ରେଡ ଲାଇଟ ଏରିଆକୁ ଯିବା ପାଇଁ କେତେକ କଟକଣା ମାନିବାକୁ ହେବ । ମୁହଁରେ ମାସ୍କ ବାନ୍ଧିବା, ନିଜକୁ ସାନୀଟାଇଜ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ ଇରିଆରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ଗ୍ରାହକ ମାନଙ୍କ ତାପମାତ୍ରା ମପାଯିବ । ସେମାନଙ୍କ ପୁରା ଆଡ୍ରେସ, ନାଁ , ଠିକଣା ଆଦିକୁ ନୋଟ କରାଯିବ । ଖାଲି ଏତିକି ନୁହେଁ ଡ୍ୟାନ୍ସ ଵାର ଯାଉଥିବା ବ୍ୟକ୍ତିମାନେ ଷ୍ଟେଜ ଠାରୁ ଦୁଇ ମିଟର ଦୂରତାରେ ରହିବେ । ଅନ୍ୟ ଦେଶ ଗୁଡିକ ପରି ନେଦରଲ୍ୟାଣ୍ଡରେ ବି ଜୁଲାଇ ୧ ତାରିଖରୁ ସମସ୍ତ ରେଡ ଲାଇଟ ଏରିଆ ଖୋଲା ଯାଇଛି ।
ଏହି ଦେଶରେ ବି ଉପରୋକ୍ତ ଦେଶ ପରି ସମାନ ନିୟମ ମାନ ଲାଗୁ କରାଯାଇଛି । ଆମଷ୍ଟରଡ୍ୟାମର ଜଣେ ପବ୍ଲିକ ହେଲ୍ଥ ଆଡ଼ଭାଇଜର ଡୋଭି ମେନେସିଂଗ କହିଛନ୍ତିକି, ରେଡ ଲାଇଟ ଏ ରିଆରେ ରହୁଥିବା ସେକ୍ସ ୱକ୍ସର୍ସ ମାନଙ୍କ ପାଇଁ କୋଭିଡ-୧୯ ବିପଦ ଅଧିକ ରହିଛି । ତେଣୁ ସମସ୍ତଙ୍କ ସୁରକ୍ଷା ନେଇ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ । ମୋଇରା ମୋନା ନାମକ ଜଣେ ସେକ୍ସ ୱର୍କରଙ୍କ ଅନୁଯାୟୀ, ସେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…
ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …
ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…
ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…
ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…