ଏହି ଦେଶ ଗୁଡିକରେ ଖୋଲିଲା ରେଡ଼ ଲାଇଟ ଏରିଆ, କିନ୍ତୁ ଏହି ସବୁ କାର୍ଯ୍ୟ ଉପରେ ଲାଗିଲା ପ୍ରତିବନ୍ଧକ

ବିଶ୍ୱର ଅଧିକାଂଶ ଦେଶରେ କରୋନା ମହାମାରୀ କାରଣରୁ ଜାରି ହୋଇଥିବା ଲକ ଡାଉନ ସ୍ଥିତିକୁ ଧୀରେ ଧୀରେ କୋହଳ କରାଯାଉଛି ।  ଅଧିକାଂଶ ଦେଶରେ ହଟାଇ ଦିଆଯାଇ ଗଲାଣି ।  ନେଦରଲ୍ୟାଣ୍ଡ ଓ ଥାଇଲ୍ୟାଣ୍ଡ ପରି ଦେଶ ମାନେ ନିଜ ନିଜ ବେସ୍ୟାଳୟ ଓ ରେଡ ଲାଇଟ ଏରିଆକୁ ଖୋଲିବାକୁ ଅନୁମତି ଦେଇଦେଲେଣି ।  କିନ୍ତୁ ଏଥିନେଇ କଡ଼ା ପ୍ରତିବନ୍ଧକ ଜାରି ହୋଇଛି ।  ଅର୍ଥାତ ରେଡଲାଇଟ ଏରିଆ ଯାଇହେବ କିନ୍ତୁ କିସ କରିହେବ ନାହିଁ ।  ଅତି ଜୋରରେ ଶ୍ଵାସ ନେବାରେ ମଧ୍ୟ ବାରଣ କରାଯାଇଛି ।  କହିରଖିବା ଉଚିତ ହେବକି, ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଜୁଲାଇ ୧ ତାରିଖରୁ ବ୍ୟଙ୍ଗକକର ରେଡ଼ ଲାଇଟ ଏରିଆକୁ ଖୋଲା ଯାଇଛି ।  ଏହା ସହ ଥାଇଲ୍ୟାଣ୍ଡର ବାର, କାରାଓକା ଭେନ୍ୟୁ , ମସାଜ ପାର୍ଲର ଆଦିକୁ ମଧ୍ୟ ଖୋଲି ଦିଆଯାଇଛି ।

red light

ଗତ ୩୭ ଦିନ ହେବ ଏହି ଦେଶ ମାନଙ୍କରେ ଗୋଟିଏ ବି କରୋନା ଜନିତ ମାମଲା ସାମ୍ନାକୁ ଆସିନାହିଁ ।  ଖୋଲିବା ପରେ ହଜାର ହଜାର ସଂଖ୍ୟାରେ ସେକ୍ସ ୱାର୍କର ପୁଣି ଥରେ ନିଜ କାମକୁ ଫେରିଛନ୍ତି ।  ଏକ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ ଅନୁଯାୟୀ, ରେଡ ଲାଇଟ ଏରିଆକୁ ଯିବା ପାଇଁ କେତେକ କଟକଣା ମାନିବାକୁ ହେବ ।  ମୁହଁରେ ମାସ୍କ ବାନ୍ଧିବା, ନିଜକୁ ସାନୀଟାଇଜ କରିବାକୁ ବାଧ୍ୟତାମୂଳକ କରାଯାଇଛି ।  ଏହା ସହ ଇରିଆରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ଗ୍ରାହକ ମାନଙ୍କ ତାପମାତ୍ରା ମପାଯିବ ।  ସେମାନଙ୍କ ପୁରା ଆଡ୍ରେସ, ନାଁ , ଠିକଣା ଆଦିକୁ ନୋଟ କରାଯିବ ।  ଖାଲି ଏତିକି ନୁହେଁ ଡ୍ୟାନ୍ସ ଵାର ଯାଉଥିବା ବ୍ୟକ୍ତିମାନେ ଷ୍ଟେଜ ଠାରୁ ଦୁଇ ମିଟର ଦୂରତାରେ ରହିବେ ।  ଅନ୍ୟ ଦେଶ ଗୁଡିକ ପରି ନେଦରଲ୍ୟାଣ୍ଡରେ ବି ଜୁଲାଇ ୧ ତାରିଖରୁ ସମସ୍ତ ରେଡ ଲାଇଟ ଏରିଆ ଖୋଲା ଯାଇଛି ।

ଏହି ଦେଶରେ ବି ଉପରୋକ୍ତ ଦେଶ ପରି ସମାନ ନିୟମ ମାନ ଲାଗୁ କରାଯାଇଛି ।  ଆମଷ୍ଟରଡ୍ୟାମର ଜଣେ ପବ୍ଲିକ ହେଲ୍ଥ ଆଡ଼ଭାଇଜର ଡୋଭି ମେନେସିଂଗ କହିଛନ୍ତିକି, ରେଡ ଲାଇଟ ଏ ରିଆରେ ରହୁଥିବା ସେକ୍ସ ୱକ୍ସର୍ସ ମାନଙ୍କ ପାଇଁ କୋଭିଡ-୧୯ ବିପଦ ଅଧିକ ରହିଛି ।  ତେଣୁ ସମସ୍ତଙ୍କ ସୁରକ୍ଷା ନେଇ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ ।  ମୋଇରା ମୋନା ନାମକ ଜଣେ ସେକ୍ସ ୱର୍କରଙ୍କ ଅନୁଯାୟୀ, ସେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.