ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ବିୟୋଗ ଘଟିଛି। ଶନିବାର ରାତିରେ ନ୍ୟୁୟର୍କର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ୭୧ ବର୍ଷୀୟ ରବର୍ଟ ଦୀର୍ଘ ଦିନ ହେବ ରୋଗାଗ୍ରସ୍ତ ଥିଲେ। ରାଷ୍ଟ୍ରପତି ଟ୍ରମ୍ପ ନିଜେ ଏନେଇ କିଛି ଦିନ ତଳେ ସୂଚନା ଦେଇଥିଲେ। ଶୁକ୍ରବାର ଦିନ ଟ୍ରମ୍ପ ମେଡିକାଲ ଯାଇ ଭାଇଙ୍କୁ ଶେଷ ଥର ପାଇଁ ଭେଟିଥିଲେ।
ହ୍ଵାଇଟ୍ ହାଉସ୍ ତରଫରୁ ଜାରି କରାଯାଇଥିବା ଏକ ବୟାନରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ମୁଁ ବହୁତ ଦୁଃଖୀ ମନରେ କହୁଛି ଯେ ମୋ ଭାଇ ରବର୍ଟଙ୍କର ଆଜି ରାତିରେ ମୃତ୍ୟୁ ଘଟିଛି। ସେ କେବଳ ମୋ ଭାଇ ନଥିଲେ ମୋର ଜଣେ ଭଲ ବନ୍ଧୁ ମଧ୍ୟ ଥିଲେ। ସେ ବହୁତ ମନେ ପଡ଼ିବେ, ମାତ୍ର ଆମେ ପୁଣି ଭେଟିବା। ରବର୍ଟ ମୁଁ ତୁମକୁ ଭଲ ପାଉଛି, ଈଶ୍ୱର ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ।
ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ଵିଟ୍ କରି କକାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଅଙ୍କଲ ରବର୍ଟ ଆମେ ଆପଣଙ୍କୁ ଭଲ ପାଉଛୁ। ଆପଣ ସବୁବେଳେ ଆମ ହୃଦୟ ଓ ପ୍ରାର୍ଥନାରେ ରହିବେ। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କର ମୋଟ ଚାରି ଭାଇ ଭଉଣୀ।
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…
ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…
ନୟାଗଡ଼ (କେନ୍ୟୁଜ୍) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…
କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…
ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…