Below header

ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦାରୁଣ ଦୁଃଖ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ସାନ ଭାଇ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ବିୟୋଗ ଘଟିଛି। ଶନିବାର ରାତିରେ ନ୍ୟୁୟର୍କର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ୭୧ ବର୍ଷୀୟ ରବର୍ଟ ଦୀର୍ଘ ଦିନ ହେବ ରୋଗାଗ୍ରସ୍ତ ଥିଲେ। ରାଷ୍ଟ୍ରପତି ଟ୍ରମ୍ପ ନିଜେ ଏନେଇ କିଛି ଦିନ ତଳେ ସୂଚନା ଦେଇଥିଲେ। ଶୁକ୍ରବାର ଦିନ ଟ୍ରମ୍ପ ମେଡିକାଲ ଯାଇ ଭାଇଙ୍କୁ ଶେଷ ଥର ପାଇଁ ଭେଟିଥିଲେ।


ହ୍ଵାଇଟ୍‌ ହାଉସ୍‌ ତରଫରୁ ଜାରି କରାଯାଇଥିବା ଏକ ବୟାନରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ମୁଁ ବହୁତ ଦୁଃଖୀ ମନରେ କହୁଛି ଯେ ମୋ ଭାଇ ରବର୍ଟଙ୍କର ଆଜି ରାତିରେ ମୃତ୍ୟୁ ଘଟିଛି। ସେ କେବଳ ମୋ ଭାଇ ନଥିଲେ ମୋର ଜଣେ ଭଲ ବନ୍ଧୁ ମଧ୍ୟ ଥିଲେ। ସେ ବହୁତ ମନେ ପଡ଼ିବେ, ମାତ୍ର ଆମେ ପୁଣି ଭେଟିବା। ରବର୍ଟ ମୁଁ ତୁମକୁ ଭଲ ପାଉଛି, ଈଶ୍ୱର ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ଵିଟ୍‌ କରି କକାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଅଙ୍କଲ ରବର୍ଟ ଆମେ ଆପଣଙ୍କୁ ଭଲ ପାଉଛୁ। ଆପଣ ସବୁବେଳେ ଆମ ହୃଦୟ ଓ ପ୍ରାର୍ଥନାରେ ରହିବେ। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କର ମୋଟ ଚାରି ଭାଇ ଭଉଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.