ଆଜି ଆଉ ୧୦ କରୋନା ଆକ୍ରାନ୍ତ ଜୀବନ ହାରିଲେ, ମୃତକଙ୍କ ସଂଖ୍ୟା ୩୪୩କୁ ବୃଦ୍ଧି

ଆଜି ରାଜ୍ୟରେ ୧୦ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୩୪୩ କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ।

– ମୃତକଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ଜଣେ ୭୫ ବର୍ଷୀୟ ବୃଦ୍ଧ ଅଛନ୍ତି । ସେ ପୂର୍ବରୁ ହାଇପରଟେନ ସନ ଓ କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ ।

– ଭୁବନେଶ୍ୱରର ଜଣେ ୩୨ ବର୍ଷୀୟ ବ୍ୟକ୍ତି ଥିବା ବେଳେ ସେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ, କ୍ରନିକ ଅବଷ୍ଟ୍ରକ୍ଟିଭ ପଲମୋନାରୀ ରୋଗରେ ଆକ୍ରାନ୍ତ ଥିଲେ ।

– ଭୁବନେଶ୍ୱରର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ପ୍ରାଣ ବି କରୋନାର ଆକ୍ରାନ୍ତ ହୋଇ ଯାଇଥିବା ଜଣାଯାଇଛି ।

– ବଲାଙ୍ଗୀର ଜିଲ୍ଲାର ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ଜୀବନ କରୋନା ଯାଇଥିବା ଜଣାଯାଇଛି । ସେ ପୂର୍ବରୁ ଡାଇବେଟିସ ଓ ହାଇପରଟେନସନରେ ପୀଡିତ ଥିଲେ । ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ।

– ସେପଟେ କଟକର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ବି କରୋନାରେ ଯାଇଛି । ସେ ମଧୁମେହରେ ଆକ୍ରାନ୍ତ ଥିଲେ ।

– ଗଂଜାମ ଜିଲ୍ଲାର ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କର ବି କରୋନାରେ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି । ସେ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ, ଆସ୍ଥମା ଜନିତ ସମସ୍ୟାରେ ପୀଡିତ ଥିଲେ ।

– ଗଂଜାମର ଆଉ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ମଧ୍ୟ ଜୀବନ ଯାଇଛି ।

– ଯାଜପୁରର ଜଣେ ୬୦ ବର୍ଷୀୟ ବ୍ୟକ୍ତି ବି ପ୍ରାଣ ହରାଇଛନ୍ତି । ସେ ପୂର୍ବରୁ କ୍ରନିକ ଅବଷ୍ଟ୍ରକ୍ଟିଭ ପଲମୋନାରୀ ରୋଗରେ ପୀଡିତ ଥିଲେ ।

– କନ୍ଧମାଳର ଜଣେ ୫୯ ବର୍ଷୀୟ ବ୍ୟକ୍ତି ବି ପ୍ରାଣ ହରାଇଛନ୍ତି । ବ୍ୟକ୍ତି ଜଣଙ୍କ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ, ନେପ୍ରପାଥିରେ ଆକ୍ରାନ୍ତ ଥିଲେ ।

– ସେପଟେ ସୋନପୁରର ଜଣେ ୪୫ ବର୍ଷୀୟ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଜୀବନ ବି ଏହି କାରଣରୁ ଯାଇଛି । ସେ ପୂର୍ବରୁ ଟିବି, କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.