ଭାରତରେ ଆସନ୍ତା ମାସରୁ ଆରମ୍ଭ ହେବ 5G ର ଟ୍ରାଏଲ, କିନ୍ତୁ ଚୀନ କମ୍ପାନୀକୁ ମିଳିବନି ଅନୁମତି

ଦେଶରେ ଟେଲିକମ୍‌ ସେକ୍ଟରକୁ ନୂଆ ଟେକନୋଲଜିକୁ ଅପଡେଟ କରିବା ପାଇଁ ୫ଜି ସେବାର ଦ୍ରୁତଗତିରେ କାମ ଚାଲିଛି। କୁହାଯାଉଛି, ଆସନ୍ତା ମାସ ଅର୍ଥାତ୍‌ ସେପ୍ଟେମ୍ବର ପ୍ରଥମରୁ ଏହାର ଟ୍ରାଏଲ ମଧ୍ୟ ଆରମ୍ଭ କରାଯିବ। ଏଥିପାଇଁ ଦୂର ସଂଚାର ବିଭାଗ କମ୍ପାନୀକୁ ସ୍ପେକ୍ଟ୍ରମ ଦେବା ପାଇଁ ବିଚାର କରାଯାଉଛି।

ରିପୋର୍ଟ ମୁତାବକ, ଦୂରସଂଚାର ବିଭାଗ ଦେଶରେ ଏହି ସେବାକୁ ସଂପୂର୍ଣ୍ଣ ଭାବେ ଆରମ୍ଭ କରିବା ପୂର୍ବରୁ ଭଲ ଭାବେ ଟ୍ରାଏ କରିବାକୁ ଚାହୁଁଛି। ତେଣୁ କମ୍ପାନୀ ଏହି ଟ୍ରାଏଲକୁ ଅତିକମ୍‌ରେ ୬ ମାସ ପର୍ଯ୍ୟନ୍ତ ୫ଜି ଡିଭାଇସ ଏବଂ ସ୍ପେକ୍ଟ୍ରମର ଟ୍ରାଏଲ କରିବାକୁ ହେବ। ଯଦି ଟ୍ରାଏଲ ସଫଳ ରହେ ତେବେ ୫ଜି ସ୍ପେକ୍ଟ୍ରମର ନିଲାମୀକୁ ନେଇ ସରକାର ଚିନ୍ତା କରିବେ। ୫ଜି ଆସିଲେ ଦେଶରେ ଇଣ୍ଟରନେଟର ସ୍ପିଡ ବଢିଯିବା ସହିତ ଲୋକ ଉନ୍ନତମାନର ଇଣ୍ଟରନେଟ ସେବା ପାଇପାରିବେ।

india

ସୂଚନା ଅନୁଯାୟୀ, ଏହି ୫ଜି ଟ୍ରାଏରେ ଚୀନ କମ୍ପାନୀକୁ ଏଣ୍ଟ୍ରି ମିଳିବ ନାହିଁ। ଚୀନ କମ୍ପାନୀ ୫ଜି ସେବାର ଟ୍ରାଏଲ ନିଲାମୀ ପ୍ରକ୍ରିୟାରେ ସାମିଲ ନ କରିବାକୁ ଟେଲିକମ୍‌ ବିଭାଗ ମଧ୍ୟ କହିଛି। ଏହି ଟ୍ରାଏଲରେ ସାମିଲ ହେବା ପାଇଁ ନୋକିଆ, ସାମସଙ୍ଗ, ଏରକିସନକୁ ଅନୁମତି ମିଳିବ। ଏହି କମ୍ପାନୀର ଡିଭାଇସରେ ସର୍ବପ୍ରଥମେ ୫ଜି ସେବା ଟ୍ରାଏଲ ଆରମ୍ଭ ହେବ। ଏବେ ଦେଶରେ ୪ଜି ସର୍ଭିସ ଚାଲିଛି। ଯାହା ୨୦୧୨ରେ ପ୍ରଥମ ଥର ପାଇଁ ବ୍ରଡବ୍ୟାଣ୍ଡ ଭାବେ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.