ଭଗବାନ୍ ଶ୍ରୀକୃଷ୍ଣଙ୍କର ବର୍ଥ ସାର୍ଟିଫିକେଟ୍ ମାଗିଲା RTI, କହିଲା ରାସଲୀଳା ବିଷୟରେ ମଧ୍ୟ ଦିଅ ତଥ୍ଯ

ଭଗବାନ୍ ଶ୍ରୀ କୃଷ୍ଣଙ୍କ ଜନ୍ମ ପ୍ରମାଣ ପତ୍ର ମାଗିଛି ଆରଟିଆଇ । ଏହା ସହ ଶ୍ରୀକୃଷ୍ଣଙ୍କର ଗାଁ, ରାସଲୀଳା ଏବଂ ଗୋପିଙ୍କ ସହ ସମ୍ପର୍କକୁ ନେଇ ମଥୁରା ଜିଲ୍ଲା ପ୍ରଶାସନକୁ ସମସ୍ତ ତଥ୍ଯ ମାଗିଛି ଆରଟିଆଇ । ଯାହା ପରେ ଅପ୍ରିତିକର ପରିସ୍ଥିତି ଦେଇ ଯାଉଛନ୍ତି ସରକାରୀ ଅଧିକାରୀ ।

ସୂଚନା ଅନୁସାରେ, ଛତିଶଗଡର ଜଣେ ଆରଟିଆଇ କାର୍ଯ୍ଯକର୍ତ୍ତା ଜେନେନ୍ଦ୍ର କୁମାର ଗେନ୍ଦଲେ ମଥୁରା ଜିଲ୍ଲା ପ୍ରଶାସନକୁ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଏବଂ ତାଙ୍କ ସହ ଜଡିତ ଅନେକ ତଥ୍ଯ ମାଗିଛନ୍ତି । ଏବେ ଜନମାନ୍ଯତା ଏବଂ ଆସ୍ଥା ସହ ଜଡିତ ପ୍ରଶ୍ନର ଉତ୍ତର କିପରି ଦିଆଯାଇପାରିବ ବୋଲି ବିଭାଗ ଏବେ ଚିନ୍ତାରେ ଅଛି ।

ବିଳାସପୁରର ଜେନେନ୍ଦ୍ର ଦାଖଲ କରିଥିବା ଆରଟିଆଇରେ ଲେଖିଛନ୍ତି, ଗତ ୩ ସେପ୍ଟମ୍ବରରେ ଜନ୍ମାଷ୍ଟମୀ ପାଇଁ ଛୁଟି ଘୋଷଣା କରି ସାରା ଦେଶରେ ଭଗବାନ୍ ଶ୍ରୀକୃଷ୍ଣଙ୍କର ଜନ୍ମଦିନ ପାଳନ କରାଯାଇଥିଲା । ତେଣୁ ଜନ୍ମ ପ୍ରମାଣପତ୍ର ଦେଇ ପ୍ରମାଣିତ କରନ୍ତୁ ଯେ ସେହିଦିନ ହିଁ  ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା ।

ଏହା ସହ ଏକଥା ମଧ୍ୟ ପଚରାଯାଇଛି କଣ ସତରେ ସେ ଭଗବାନ୍ ଥିଲେ । ଯଦି ଥିଲେ ତେବେ କେମିତି ଥିଲେ । ତେଣୁ ସେ ଭଗବାନ ହେବାର ଉପଲବ୍ଧ କରାଇବା ପାଇଁ ପ୍ରମଣା ଦିଅନ୍ତୁ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଗାଁ କେମିତି ଥିଲା । ସେ କେଉଁଠି କେଉଁଠି ଲୀଳା କରିଥିଲେ । ତେବେ ଜେନେନ୍ଦ୍ରଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ହିନ୍ଦୁ ଧର୍ମର ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି । ହେଲେ ପ୍ରମାଣ ଆକାରରେ ଏହାର ଉତ୍ତର କେମିତି ଦିଆଯାଇପାରିବ ବୋଲି ଚିନ୍ତାରେ ବିଭାଗ ।

KNews Bureau

Recent Posts

ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…

38 mins ago

ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ ଅଧ୍ୟକ୍ଷ ଅମୋଲ କାଲେଙ୍କ ହାର୍ଟ ଆଟାକ୍‌ରେ ନିଧନ, ଷ୍ଟାଡିୟମ୍‌ରେ ବସି ଦେଖୁଥିଲେ ମ୍ୟାଚ୍‌

ଟି-୨୦ ବିଶ୍ୱକପ୍‌ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି…

49 mins ago

ମୋ ପୁଅକୁ ଡାଇରିଆ ହେଇଥିଲା, ଡାକ୍ତରଖାନାରେ ଭଲ ହେବ କଣ ଓଲଟି ଚାଲିଗଲା

ଚାନ୍ଦବାଲି (କେନ୍ୟୁଜ) : ପୁଅ ଭଲ ପାଠ ପଢ଼ୁଥିଲା । ପୁଅକୁ ନେଇ ମାଆ ବାପାଙ୍କର ଥିଲା ଅନେକ ଆଶା…

53 mins ago

ବାଇକକୁ ପିଟିଲା କାର ଘଟଣାସ୍ଥଳରେ ଭାଇ ଭଉଣୀ ମୃତ

ନରସିଂହପୁର (କେନ୍ୟୁଜ୍‌): ବଡମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକକୁ ପିଟିଲା…

1 hour ago

ଭାରି ହେଇଗଲା ଅମୃତଭଣ୍ଡାର ଓଜନ ଓଲଟିପଡିଲା ଟ୍ରକ୍‌, ଗାଡି ଭିତରେ ଚାପି ରହି ଚାଲିଗଲା ଚାଳକର ଜୀବନ

ସୋର (କେନ୍ୟୁଜ) : ସବୁଦିନ ପରି ଆଜି ବି ଗାଡି ଚଲାଇ ଯାଉଥିଲେ । କିନ୍ତୁ ଏଥର ଭାରି ହେଇଗଲା…

1 hour ago

ହିଟୱେଭ ନେଇ ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର(କେନ୍ୟୁଜ୍‌): ପଶ୍ଚିମ ଓଡ଼ିଶା ସମେତ ଏକାଧିକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଏସଆରସିଙ୍କ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି…

1 hour ago