ଭଗବାନ୍ ଶ୍ରୀକୃଷ୍ଣଙ୍କର ବର୍ଥ ସାର୍ଟିଫିକେଟ୍ ମାଗିଲା RTI, କହିଲା ରାସଲୀଳା ବିଷୟରେ ମଧ୍ୟ ଦିଅ ତଥ୍ଯ

ଭଗବାନ୍ ଶ୍ରୀ କୃଷ୍ଣଙ୍କ ଜନ୍ମ ପ୍ରମାଣ ପତ୍ର ମାଗିଛି ଆରଟିଆଇ । ଏହା ସହ ଶ୍ରୀକୃଷ୍ଣଙ୍କର ଗାଁ, ରାସଲୀଳା ଏବଂ ଗୋପିଙ୍କ ସହ ସମ୍ପର୍କକୁ ନେଇ ମଥୁରା ଜିଲ୍ଲା ପ୍ରଶାସନକୁ ସମସ୍ତ ତଥ୍ଯ ମାଗିଛି ଆରଟିଆଇ । ଯାହା ପରେ ଅପ୍ରିତିକର ପରିସ୍ଥିତି ଦେଇ ଯାଉଛନ୍ତି ସରକାରୀ ଅଧିକାରୀ ।

ସୂଚନା ଅନୁସାରେ, ଛତିଶଗଡର ଜଣେ ଆରଟିଆଇ କାର୍ଯ୍ଯକର୍ତ୍ତା ଜେନେନ୍ଦ୍ର କୁମାର ଗେନ୍ଦଲେ ମଥୁରା ଜିଲ୍ଲା ପ୍ରଶାସନକୁ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଏବଂ ତାଙ୍କ ସହ ଜଡିତ ଅନେକ ତଥ୍ଯ ମାଗିଛନ୍ତି । ଏବେ ଜନମାନ୍ଯତା ଏବଂ ଆସ୍ଥା ସହ ଜଡିତ ପ୍ରଶ୍ନର ଉତ୍ତର କିପରି ଦିଆଯାଇପାରିବ ବୋଲି ବିଭାଗ ଏବେ ଚିନ୍ତାରେ ଅଛି ।

lord_radha_krishna_ବିଳାସପୁରର ଜେନେନ୍ଦ୍ର ଦାଖଲ କରିଥିବା ଆରଟିଆଇରେ ଲେଖିଛନ୍ତି, ଗତ ୩ ସେପ୍ଟମ୍ବରରେ ଜନ୍ମାଷ୍ଟମୀ ପାଇଁ ଛୁଟି ଘୋଷଣା କରି ସାରା ଦେଶରେ ଭଗବାନ୍ ଶ୍ରୀକୃଷ୍ଣଙ୍କର ଜନ୍ମଦିନ ପାଳନ କରାଯାଇଥିଲା । ତେଣୁ ଜନ୍ମ ପ୍ରମାଣପତ୍ର ଦେଇ ପ୍ରମାଣିତ କରନ୍ତୁ ଯେ ସେହିଦିନ ହିଁ  ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା ।

ଏହା ସହ ଏକଥା ମଧ୍ୟ ପଚରାଯାଇଛି କଣ ସତରେ ସେ ଭଗବାନ୍ ଥିଲେ । ଯଦି ଥିଲେ ତେବେ କେମିତି ଥିଲେ । ତେଣୁ ସେ ଭଗବାନ ହେବାର ଉପଲବ୍ଧ କରାଇବା ପାଇଁ ପ୍ରମଣା ଦିଅନ୍ତୁ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଗାଁ କେମିତି ଥିଲା । ସେ କେଉଁଠି କେଉଁଠି ଲୀଳା କରିଥିଲେ । ତେବେ ଜେନେନ୍ଦ୍ରଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ହିନ୍ଦୁ ଧର୍ମର ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି । ହେଲେ ପ୍ରମାଣ ଆକାରରେ ଏହାର ଉତ୍ତର କେମିତି ଦିଆଯାଇପାରିବ ବୋଲି ଚିନ୍ତାରେ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.