Below header

ନବରାତ୍ରୀର ନଅ ଦିନରେ କରନ୍ତୁ ଏହି ୯ ଉପାୟ, କେବେ ବି ରହିବନି ଅର୍ଥର ଅଭାବ

ମା ଦୁର୍ଗାଙ୍କ ଆରାଧନା ବିଶେଷ କରି ନବରାତ୍ରୀ ଅବସରରେ କରାଯାଇଥାଏ, ଯାହା ଚଳିତ ବର୍ଷ ଆସନ୍ତା ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହେଉଛି । ଯାହାକି ୧୯ ତାରିଖ ପର୍ଯ୍ଯନ୍ତ ଚାଲିବ । ଦେବୀଙ୍କ ଆଶୀର୍ବାଦ ପାଇବା ପାଇଁ ନବରାତ୍ରୀର ନଅ ଦିନରେ ଏହି ନଅଟି ଉପାୟ ଅବଲମ୍ବନ କଲେ ଆପଣଙ୍କ ସମସ୍ତ ଅସୁବିଧା ଦୂର ହୋଇଯିବ ।

୧. ଯଦି ଆପଣ ବହୁତ ଧନ ସମ୍ପତ୍ତିର ମାଲିକ ହେବାକୁ ଚାହୁଁଛନ୍ତି, ତେବେ ନବରାତ୍ରୀର ପ୍ରଥମ ଦିନରେ ଏକ କିନ୍ନରଙ୍କୁ ଲାଲ ସାଢୀ ସହ ବିବାହିତା ମାନେ ବ୍ଯବହାର କରୁଥିବ ସାମଗ୍ରୀ ଉପହାର ଦିଅନ୍ତୁ ଏବଂ ତା ବଦଳରେ ତାଙ୍କ ଠାରୁ ଟିଙ୍କିକିଆ କିମ୍ବା ଦୁଇ ଟଙ୍କିଆ କଏନ୍ ଆଣନ୍ତୁ । ଏହି କଏନଟିକୁ ଆପଣ ଆପଣଙ୍କ ଲକରରେ ରଖିଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଘରେ ମାଆ ଲକ୍ଷ୍ମୀଙ୍କ ଅଗମନ ହେବ ।

white flower

୨. ଯଦି ଆପଣ ଅନ୍ଯ କେଉଁ ବ୍ଯକ୍ତିଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି, ତେବେ ନବରାତ୍ରୀର ଦ୍ବିତୀୟ ଦିନରେ ଦେବୀ ମାଆଙ୍କୁ ଧଳା ରଙ୍ଗର ଫୁଲ ଚଢାନ୍ତୁ । ଏହା ସାଙ୍ଗକୁ ଚମକୁ ଥିବା ଏକ ଧଳା ରଙ୍ଗର ବସ୍ତ୍ର ପ୍ରଦାନ କରନ୍ତୁ । ଏହା କରିବା ଦ୍ବାରା ଦେବୀ ମାଆଙ୍କ ଆଶିର୍ବାଦ ମିଳିବା ସଙ୍ଗେ ସଙ୍ଗେ ଆପଣ ପସନ୍ଦ କରୁଥିବା ବ୍ଯକ୍ତି ଆପଣଙ୍କ ଆଡକୁ ଆକର୍ଷିତ ହେବେ ।

silver

୩. ଯଦି ଆପଣଙ୍କ ହେଉଥିବା ଅଧିକ ଖର୍ଚ୍ଚ ପାଇଁ ଆପଣ ଚିନ୍ତାରେ ରହିଛନ୍ତି, ତେବେ ନବରାତ୍ରୀର ୩ୟ ଦିନ ଆପଣ ଦେବୀ ମାଆଙ୍କ ନିକଟରେ ଯେକୌଣସି ରୂପାର ସାମଗ୍ରୀ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଅଯଥାରେ ଟଙ୍କା ଖର୍ଚ୍ଚ ହେବନାହିଁ ।

coco୪.ଯେଉଁ ବ୍ଯକ୍ତି ଚାକିରୀରେ ପ୍ରମୋସନ ଚାହୁଁଛନ୍ତି, ତେବେ ନବରାତ୍ରୀର ଚତୁର୍ଥ ଦିନରେ ୩ଟି ନଡିଆ କିଣିକି ଆଣନ୍ତୁ । ଏହି ନଡିଆ ଗୁଡିକୁ ମାଆଙ୍କ ସିଂହାସନରେ ଅଷ୍ଟମୀ ପର୍ଯ୍ଯନ୍ତ ରଖିଦିଅନ୍ତୁ । ଏହାପରେ ନବମୀ ଦିନ ଏହି ୩ଟି ନଡିଆରୁ ଯେକୌଣସି ମନ୍ଦିରରେ ରଖିଦିଅନ୍ତୁ ଏବଂ ବ୍ରାହ୍ମଣଙ୍କୁ କିଛି ଦକ୍ଷିଣା ଦେଇଦିଅନ୍ତୁ । ଏହା କରିବା ଦ୍ବାରା ଆପଣଙ୍କୁ ସଫଳତା ମିଳିବ ।

flag୫. ଯଦି ଆପଣ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ନବରାତ୍ରୀର ପଞ୍ଚମ ଦିନରେ ଆପଣ ଦେବୀଙ୍କ ମନ୍ଦିରରେ ଏକ ଲାଲ ରଙ୍ଗର ପତାକା ଦାନ କରନ୍ତୁ । ପତାକା ଯେତେ ବଡ ହେବ, ସେତେ ଅଧିକ ବିଦେଶ ଯାତ୍ରା ପାଇଁ ମଉକା ମିଳିବ ।

red୬. ଯଦି ଆପଣ ଆପଣଙ୍କର କୌଣସି ବି ମନସ୍କାମନା ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି, ତେବେ ନବରାତ୍ରୀର ଷଷ୍ଠ ଦିନରେ  ମାଆଙ୍କ ଚରଣରେ ଏକ ଲାଲ ରଙ୍ଗର ଗୁନ୍ଥା ଯାଇଥିବା ମାଳି କୁ ରଖିଦିଅନ୍ତୁ । ଧ୍ଯାନ ଦେବେ ଏହି ମାଳିରେ ନଅଟି ଗଣ୍ଠି ରହିଥିବ । ନବରାତ୍ରୀର ଅନ୍ତିମ ଦିନରେ ଏହି ମାଳିକୁ ଆପଣଙ୍କ ପର୍ସରେ ଆଣି ରଖିଦିଅନ୍ତୁ । ଏହାକୁ ସର୍ବଦା ଆପଣଙ୍କ ପାଖରେ ରଖନ୍ତୁ । ଏହା ଦ୍ବାରା ଆପଣଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହୋଇଯିବ ।

house୭.ଯଦି ଆପର ସ୍ବପ୍ନ ଆପଣ ଏକ ଘର କିଣିବେ, ତେବେ ନବରାତ୍ରୀର ସପ୍ତମ ଦିନ ଆପଣ ଏକ ଖେଳଣା ଘର ଆଣି ମାଆଙ୍କ ସମୁଖରେ ରଖିଦିଅନ୍ତୁ ଏବଂ କିଛି ଗଙ୍ଗାଜଳ ଆଣି ମାଆଙ୍କୁ ସତ ମନରେ ଡାକି ସଙ୍କଳ୍ପ ନିଅନ୍ତୁ । ଏହା କରିବା ଦ୍ବାରା ଦେଖିବେ ଆପଣଙ୍କ ଏହି ସ୍ବପ୍ନ ନିଶ୍ଚିନ୍ତ ପୂରଣ ହେବ ।

kajal୮. ସ୍ବଭାଗ୍ଯ ପ୍ରାପ୍ତି ପାଇଁ ଆପଣ ନବରାତ୍ରୀର ଅଷ୍ଟମ ଦିନ ବିବାହିତା ମାନଙ୍କ ସାମଗ୍ରୀ ଯଥା-ସିନ୍ଦୁର,ଶଙ୍ଖା, ବିନ୍ଦି,କଜଳ ଆଦି ଆଣି ମାଆଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ମାଆ ବହୁତ ପ୍ରସନ୍ନ ହୋଇଥାନ୍ତି ଆଉ ଆପଣଙ୍କର ସବୁ ଆଶା ପୂରଣ କରିଥାନ୍ତି ।

diya୯. ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ନବରାତ୍ରୀର ଶେଷ ଦିନ ଅର୍ଥାତ୍ ନବମ ଦିନରେ ଦେବୀ ମାଆଙ୍କୁ ଗାଇ ଘିଅ ଅର୍ପଣ କରନ୍ତୁ । ଆପଣ ଚାହିଁବେ ଯଦି ଦେଶୀ ଘିଅରେ ଦୀପ ମଧ୍ଯ ଜଳାଇ ପାରିବେ । ଏହା କରିବା ଦ୍ବାରା ଆପଣ ଆରୋଗ୍ଯ ରହିବେ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.