ଟ୍ରେନରୁ ଖସି ମୃତ୍ୟୁ ମୁହଁକୁ ଚାଲିଯାଇଥିଲେ ଯୁବତୀ, ଦେବଦୂତ ହୋଇ କିଏ ଏବଂ କିପରି ରକ୍ଷା କଲେ ଜୀବନ ଦେଖନ୍ତୁ ଭିଡିଓ

ଟ୍ରେନରେ ହେଉଥିବା ଦୁର୍ଘଟଣା ତ ଆପଣ ଅନେକ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବୁ ତାକୁ ଦେଖିଲେ ଆପଣଙ୍କ ଆତ୍ମା ଥରିଉଠିବ । ଭିଡିଓକୁ ଦେଖିଲେ ଆପଣଙ୍କ ଅସ୍ତବ୍ଯସ୍ତ ହୋଇପଡିବେ ସତ କିନ୍ତୁ ଦୁର୍ଘଟଣାରୁ ଯେଉଁଭଳି ଭାବରେ ଯୁବତୀ ଜଣକ ବଂଚିଯାଉଛନ୍ତି ସେଥିରେ ଆଶ୍ଚର୍ଯ୍ଯର ସୀମା ରହିବନି ।

ଭିଡିଓଟି ମୁମ୍ବାଇର ଏକ ଲୋକାଲ୍ ଟ୍ରେନର । ଭିଡିଓରେ ଦେଖିବାକୁ ମିଳିଛି ଜଣେ ଯୁବତୀ ଟ୍ରେନର ଗେଟ୍ ପାଖରେ ଛିଡା କାନରେ ଇୟରଫୋନ୍ ଦେଇ ନିଜ ଧୁନରେ ବ୍ଯସ୍ତ । ଯୁବତୀ ଜଣକ ଗେଟରେ ଲାଗିଥିବା ରଡକୁ ଧରି ଛିଡା ହୋଇଥିବା ବେଳେ ଅନ୍ଯ ଏକ ଟ୍ରାକରେ ଆଉ ଏକ ଟ୍ରେନଟି ଯାଉଛି । ଯେଉଁଥିରେ ଯୁବତୀ ଜଣକ ନିଜ ସନ୍ତୁଳନ ହରାଇ ଟ୍ରେନରୁ ଖସି ପଡୁଛନ୍ତି ।

କିନ୍ତୁ ତାପରେ ଯାହା ହେଉଛି ତାହା କୌଣସି ଅଲୌକିକ ଘଟଣାଠୁ କମ୍ ନୁହେଁ । ଯୁବତୀଙ୍କ ନିକଟରେ ଛିଡା ହୋଇଥିବା ଜଣେ ବ୍ଯକ୍ତି ତାଙ୍କୁ ଧରି ପକାଉଛନ୍ତି ଏବଂ କୌଣସି ପ୍ରକାର ଟ୍ରେନ୍ ଭିତରକୁ ଟାଣି ଆଣୁଛନ୍ତି । କିଛି ସମୟ ପାଇଁ ଯୁବତୀ ଜଣକ ସ୍ତବ୍ଧ ହୋଇଯାଉଛନ୍ତି । ଜାଣି ପାରୁନାହାଁନ୍ତି କଣ ହେଉଛି ତାଙ୍କ ସହ ।

ତେବେ ଚଳନ୍ତା ଟ୍ରେନରେ ଯେପରି ଯୁବତୀଙ୍କୁ ଯୁବକ ଜଣକ ଦେବଦୂତ ଭାବେ ରକ୍ଷା କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରୁଛି । ମାତ୍ର କିଛି କ୍ଷଣ ମଧ୍ୟରେ ମୃତ୍ୟୁର ମୁହଁରେ ପହଂଚି ବଂଚି ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.