ଦେଶ ବିଦେଶ

ଯୁଦ୍ଧ ଭିତରେ ୟୁକ୍ରେନ ଉପରେ ବଡ ଅଭିଯୋଗ ଆଣିଲା ଋଷ , କହିଲା ପରାଜୟରୁ ରକ୍ଷା ପାଇବା ପାଇଁ ବ୍ୟବହାର କରୁଛି “ଡର୍ଟି ବୋମା”

ନୂଆଦିଲ୍ଲୀ : ରୁଷ୍‌ -ୟୁକ୍ରେନ୍‌ ଯୁଦ୍ଧରେ ଡର୍ଟି ବୋମାକୁ ନେଇ ଏବେ ଚର୍ଚ୍ଚା । ୟୁକ୍ରେନ୍‌ ଡର୍ଟି ବମ୍‌ ପକାଇବାକୁ ଯୋଜନା କରୁଥିବା ଅଭିଯୋଗ ଆଣିଛି ରୁଷ୍‌ । ଏନେଇ ଜାତିସଂଘ ସୁରକ୍ଷା ପରିଷଦର ଦୃଷ୍ଟି ଆକର୍ଷଣ ବି କରିଛି । ରୁଷ୍‌ ଅଭିଯୋଗ କରିଛି, ୟୁକ୍ରେନ୍‌ ନିଜ ଅଞ୍ଚଳରେ ରେଡିଓଆକ୍ଟିଭ୍‌ ପଦାର୍ଥ ବ୍ୟବହାର ହୋଇଥିବା ଡର୍ଟି ବୋମା ପକାଇବାକୁ ପ୍ରସ୍ତୁତ ହେଉଛି । ଦୁଇଟି କାରଣ ବି କରିଛି ରୁଷ୍‌ । ପ୍ରଥମ କାରଣ ହେଲା ଯୁଦ୍ଧରେ ପରାଜୟରୁ ରକ୍ଷା ପାଇବା ପାଇଁ ଏଭଳି ଯୋଜନା କରିଛି । ଦ୍ୱିତୀୟ କାରଣ ହେଲା ନାଟୋକୁ ସିଧାସଳଖ ରୁଷ ବିରୋଧରେ ଲଢ଼େଇ କରିବା ।

ୠଷ ପ୍ରତିରକ୍ଷାମନ୍ତ୍ରୀ ସଗେଇ ଶୋଝୁଙ୍ଗ ୟୁକ୍ରେନ ଉପରେ ଏହି ଅଭିଯୋଗ ଆଣିବା ସହ ବ୍ରିଟେନ, ଫ୍ରାନ୍ସ ଓ ତୁର୍କୀର ସମକ୍ଷକ ନେତାଙ୍କୁ ଫୋନରେ ଏହି ସମ୍ବନ୍ଧରେ ଜଣାଇଛନ୍ତି । ଏଥିସହ ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲାଏଡ ଆଷ୍ଟିନଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାଇଛି ୠଷ । କେବଳ ୟୁକ୍ରେନ ଉପରେ ୠଷ ଅଭିଯୋଗ ଆଣିନି ବଂର ଏକଥା ମଧ୍ୟ କହିଛି କି ୟୁକ୍ରେନ ପଶ୍ଚିମ ଦେଶମାନଙ୍କ ଇସାରାରେ ଏଭଳି କରୁଛି । ୟୁକ୍ରେନ ମଧ୍ୟ ୠଷର ଏହି ଅଭିଯୋଗକୁ ଖଣ୍ଡନ କରିଛି । ଘଟଣାକୁ ନେଇ ମିଳିତ ଜାତିସଂଘର ପରମାଣୁ ନିରୀକ୍ଷଣ ସଂସ୍ଥା ଆଇ.ଇ.ଏ କହିଛି କି ୠଷ ଯେଉଁ ଅଭିଯୋଗ ୟୁକ୍ରେନ ଉପରେ ଆଣୁଛି ତାର ପ୍ରମାଣ କିଛି ବି ଉପସ୍ଥାପନ କରୁନି । ତେଣୁ ନାଟୋ ଏହାକୁ ଖାରଜ କରୁଛି ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି କହିଛନ୍ତି ୠଷର ଅଭିଯୋଗ ପୂରା ମିଛ । ଡର୍ଟି ବୋମାରେ ପାରମ୍ପରିକ ବିସ୍ଫୋରକ ସହ ୟୁରାନିୟମ ଭଳି ବିକିରକ ପଦାର୍ଥ ରହିଥାଏ । ବୋମା ବିସ୍ଫୋରଣ ପରେ ବାୟୁମଣ୍ଡଳରେ ଏହା ଦ୍ରୁତ ଗତିରେ ବ୍ୟାପିଥାଏ । ପରମାଣୁ ବୋମା ଭଳି ଏଥିରେ ବ୍ୟବହାର ହୋଇ ନଥାଏ ରିଫାଇନ୍ଡ ରେଡିଓଆକ୍ଟିଭ୍‌ ପଦାର୍ଥ । ନୁକ୍ଲିଅର ପାଓ୍ଵାର ଷ୍ଟେସନ୍‌, ରିସର୍ଚ୍ଚ ଲାବ୍‌ ଏବଂ ମେଡିକାଲରେ ବ୍ୟବହାର ହେଉଥିବା ରେଡିଓ ଆକ୍ଟିଭ୍‌ ପଦାର୍ଥ ଡର୍ଟି ବମ୍‌ରେ ବ୍ୟବହାର ହୋଇଥାଏ । ତେଣୁ ଏହା ଶସ୍ତା ଓ ଖୁବ୍‌ ଶୀଘ୍ର ଆଣବିକ ଅସ୍ତ୍ର ବ୍ୟବହାର କରିବାରେ ସହଜ ହୋଇଥାଏ ।

ଋଷ-ୟୁକ୍ରେନ ଯୁଦ୍ଧକୁ ପୁରିଛି ୮ ମାସରୁ ଅଧିକ ସମୟ । ଯୁଦ୍ଧର ୮ ମାସରେ ଉଭୟ ୠଷ-ୟୁକ୍ରେନର ଅନେକ କ୍ଷୟକ୍ଷତି ହୋଇସାରିଲାଣି । ନିକଟରେ କ୍ରିମିୟା ବ୍ରିଜ ଧ୍ୱଂସ ପାଇବା ପରେ ୟୁକ୍ରେନ ଉପରେ ରକ୍ତମୁଖା ୠଷ ଦୁଇ ଦୁଇ ଥର ବଡ ଧରଣର ଆକ୍ରମଣ କରି ବଡ କ୍ଷୟ ଘଟାଇଛି । ଏହା ଭିତରେ ପୁଣି ୟୁକ୍ରେନ ଉପରେ ନୂଆ ଅଭିଯୋଗ ଆଣିଛି ୠଷ। ଦେଶବାସୀଙ୍କୁ ସମ୍ବୋଧିତ କରି ରୁଷକୁ ଚେତେଇ ଦେଇ ଜେଲେନସ୍କି କହିଛନ୍ତି, ଡୋନବାସ, ଖାରକିଭ୍‌ ଓ ଖେରସନକୁ ଛଡ଼ାଇ ଆଣିବ ୟୁକ୍ରେନ୍‌ । କ୍ରିମିଆ ଓ ଜାପୋରଝିଆକୁ ମଧ୍ୟ ଛଡ଼ାଇ ଆଣିବୁ । ଜେଲେନସ୍କି କହିଛନ୍ତି, ସେଇ ସମୟ ଆସିବ । ରୁଷ୍‌ ଦଖଲ କରିଥିବା ସବୁ ଅଞ୍ଚଳ ୟୁକ୍ରେନର ହେବ । ରୁଷ୍‌ ୟୁକ୍ରେନରେ ଅକ୍ତିଆର କରିଥିବା ୪ଟି ଅଞ୍ଚଳକୁ ନିଜ ସୀମାରେ ମିଶାଇବା ପରେ ଯୁଦ୍ଧର ମୋଡ଼ ବଦଳିଛି । ଆହୁରି ଭୟଙ୍କର ହୋଇଛି ଆକ୍ରମଣ ଓ ପ୍ରତିଆକ୍ରମଣ । ୟୁକ୍ରେନର ବିଭିନ୍ନ ସହରରେ ବର୍ବର ହମଲା କରୁଛି ପୁଟିନ୍‌ ସେନା । ଏଭଳି ସ୍ଥିତିରେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରର ସହଯୋଗରେ ଶକ୍ତିଶାଳୀ ରୁଷକୁ ମୁହାଁତୋଡ ଜବାବ ଦେଉଛି ୟୁକ୍ରେନ୍‌ ।

 

Barsha

Recent Posts

ବିହାର: ଇଞ୍ଜିନିୟରିଂ କଲେଜ କ୍ୟାଣ୍ଟିନ୍‌ ଖାଦ୍ୟରୁ ବାହାରିଲା ମଲା ସାପ ! ଅନେକ ଛାତ୍ରଛାତ୍ରୀ ଅସୁସ୍ଥ

ଖାଦ୍ୟରୁ ବାହାରିଲା ମଲା ସାପ । ଏମିତି ଅଭିଯୋଗ ଆଣିଛନ୍ତି ବିହାରର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ । ବିହାରର…

8 mins ago

ଏହି ସବୁ ପ୍ରମାଣ ପତ୍ର ଥିଲେ ମିଳିବ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା

ରାଜ୍ୟର ପ୍ରତି ମହିଳାଙ୍କୁ ମିଳିବ ୫୦ହଜାର ଟଙ୍କା । ମଧ୍ୟପ୍ରଦେଶ ଓ ଛତିଶଗଡରେ ସଫଳ ହୋଇଥିବା ଯୋଜନା ଏବେ ଓଡିଶାରେ…

10 mins ago

Air India ବିମାନରେ ପରସାଗଲା ଅଧାରନ୍ଧା ଖାଦ୍ୟ ! ଯାତ୍ରୀ କହିଲେ, ‘୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ୟା ଭୋଗିଲି’

ଏୟାର ଇଣ୍ଡିଆର ଏକ ବିମାନରେ ପରସା ଯାଇଛି ଅଧାରନ୍ଧା ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ବିମାନରେ ଯାତ୍ରା କରୁଥିବା…

26 mins ago

ଟି୨୦ ବିଶ୍ୱକପ ୨୦୨୪ : ସୁପର-୮ରେ ଭାରତ ସହିତ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ଆଫଗାନିସ୍ତାନ

ଟି୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଟିମ୍‌ ଘୋଷଣା ହୋଇସାରିଛି । ଭାରତ ବିପକ୍ଷରେ ସୁପର ୮ରେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ…

36 mins ago

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ଆଜି ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

1 hour ago

ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

1 hour ago