କ୍ରୀଡା

ବିଶ୍ୱକପରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌: ମୁହାଁମୁହିଁ ହେବେ ଆୟର୍ଲାଣ୍ଡ-ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ

କେନ୍ୟୁଜ୍: ବିଶ୍ୱକପରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଆୟର୍ଲାଣ୍ଡ ଓ ଇଂଲଣ୍ଡ । ଆଉ କିଛି ସମୟ ପରେ ମ୍ୟାଚ୍‌ ଆରମ୍ଭ ହେବ । ଚଳିତ ବିଶ୍ୱକପରେ ଅନ୍ୟତମ ଟାଇଟଲ୍‌ ଦାବିଦାର ରହିଛି ଇଂଲଣ୍ଡ । ୨୦୧୧ ଦିନିକିଆ ବିଶ୍ୱକପରେ ଇଂଲଣ୍ଡକୁ ହରାଇଥିଲା ଆୟର୍ଲାଣ୍ଡ । ସେହିପରି ଦ୍ୱିତୀୟ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ଅପରାହ୍ନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍‌ ଖେଳାଯିବ । ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ କିଓ୍ଵି ଦଳ । ସେପଟେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବା କ୍ଷମତା ବି ରଖିଛି ଆଫଗାନିସ୍ତାନ ।

ଅନ୍ଯପଟେ ଟି-ଟେ୍ଵଣ୍ଟି ବିଶ୍ୱକପରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡ୍‌ଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ । ଗତକାଲି ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ହରାଇଛି କଙ୍ଗାରୁ ବାହିନୀ । ଅଷ୍ଟ୍ରେଲିଆ ପକ୍ଷରୁ ଧୂଆଁଧାର ଓ ବିସ୍ଫୋରକ ଇନିଂସ ଖେଳିଥିଲେ ମାର୍କସ ଷ୍ଟନିସ୍‌ । ଅପରାଜିତ ୫୯ ରନ୍‌ ପିଟିଥିଲେ । ୧୮ ବଲରୁ କରିଥିଲେ ୫୯ ରନ୍‌ । ଯେଉଁଥିରେ ରହିଛି ୬ଟି ବିଶାଳ ଛକା ଓ ୪ଟି ଚୌକା । ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୬ ଓ୍ଵିକେଟ୍‌ରେ କରିଥିଲା ୧୫୭ ରନ୍‌ ।

ଜବାବରେ ଅଷ୍ଟ୍ରେଲିଆ ୧୬.୩ ଓଭରରେ ଟାର୍ଗେଟ ହାସଲ କରି ନେଇଥିଲା । ଷ୍ଟଇନିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ହାତରେ ୭ ଓ୍ଵିକେଟ ଓ ୩ ଓଭର ବାକି ଥାଇ ବିଜୟୀ ହୋଇଥିଲା । ମାର୍କସ ଷ୍ଟଇନିସ୍‌ଙ୍କ ଧୂଆଁଧର ବ୍ୟାଟିଂରେ କୌଣସି ଶ୍ରୀଲଙ୍କା ବୋଲର ବର୍ତ୍ତି ନଥିଲେ । ସମସ୍ତଙ୍କୁ ନିର୍ଧୁମ ପ୍ରହାର କରିଥିଲେ ଷ୍ଟଇନିସ୍‌ । ଚୌକା ଓ ଛକା ବର୍ଷା କରିଥିଲେ । ଯୁବରାଜ ସିଂଙ୍କ ପରେ ଦ୍ୱିତୀୟ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି ମାର୍କସ ଷ୍ଟଇନିସ୍‌ ।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

19 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

21 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago