ଦେଶ ବିଦେଶ

ଫିକା ପଡିପାରେ ରୁଷର ମୁନ୍‌ ମିଶନ, ଲ୍ୟାଣ୍ଡିଂ ପୂର୍ବରୁ ଲୁନା-୨୫ରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି

ସଂକଟରେ ରୁଷର ମୁନ୍ ମିଶନ । ଲ୍ୟାଣ୍ଡିଂ ପୂର୍ବରୁ ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି । ପ୍ରାକ୍ ଅବତରଣ କକ୍ଷପଥକୁ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅସ୍ବାଭାବିକ ପରିସ୍ଥିତର ସମାନା କରିଛି । ଆସନ୍ତାକାଲି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରରେ ଲୁନା-୨୫ର ଅବତରଣ ପାଇଁ ରୁଷ୍ ଲକ୍ଷ୍ୟ ରଖିଥିଲା ।

ରୁଷ୍ ସ୍ପେସ ଏଜେନ୍ସୀ ପକ୍ଷରୁ କାହାଯଇଛି ଯେ, ଅପରେସନ୍ ବେଳେ ଅଟୋମେଟିକ୍ ଷ୍ଟେସନରେ ଅସ୍ବାଭାବିକ ସ୍ଥିତି ଦେଖାଦେଇଥିଲା । ଏଥିପାଇଁ ନିର୍ଦ୍ଦିଷ୍ଟ ପାରାମିଟର ଅନୁସାରେ ମାନ୍ୟୁଭର କରାଯାଇନି । ମହାକାଶ ବିଜ୍ଞାନୀମାନେ ଏହା ଉପରେ ଅନୁଧ୍ୟାନ ଜାରି ରଖିଛନ୍ତି । ଗତ ୧୧ ତାରିଖରେ ରୁଷ ଲୁନା-୨୫ ମିଶନ ଆରମ୍ଭ କରିଥିଲା । ମହାକାଶଯାନ ପ୍ରାୟ ବର୍ଷେକାଳ ସେଠାରେ ରହିବା ସହ ସେଠାରୁ ନମୁନା ସଂଗ୍ରହ କରିବ ଓ ମୃର୍ତ୍ତିକା ବିଶ୍ଲେଷଣ କରିବାକୁ ଲକ୍ଷ୍ୟ ରଖିଛି ରୁଷ୍ ।

ରୁଷ ପାଖାପାଖି ୫୦ ବର୍ଷ ପରେ ଏଭଳି ମିଶନ କରୁଛି । ୧୧ ଅଗଷ୍ଟରେ ରୁଷର ଲୁନା-୨୫ ମିଶନ ଆରମ୍ଭ ହୋଇଥିଲା । ବୁଧବାର ଦିନ ସଫଳତାପୂର୍ବକ ଲୁନା-୨୫କୁ ଚନ୍ଦ୍ରମା କକ୍ଷରେ ସ୍ଥାପିତ କରାଯାଇଥିଲା ।

ସୂଚନାଯୋଗ୍ୟ, ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ । ଏବେ ଚନ୍ଦ୍ରପୃଷ୍ଠକୁ ଆଉ ଦୂରତା ୨୫ କିଲୋମିଟର ରହିଲା । ଗତକାଲି ବିଳମ୍ବିତ ରାତିରେ ଦ୍ବିତୀୟ ତଥା ଶେଷ ଡି-ବୁଷ୍ଟିଂ ମାନ୍ୟୁଭର ଅପରେସନ୍ ସଫଳତାର ସହ ଶେଷ ହୋଇଛି । ନୂଆ କକ୍ଷପଥରେ ସ୍ଥାପିତ ହୋଇଛି ଲ୍ୟାଣ୍ଡର । ଏବେ ଚନ୍ଦ୍ରର ୨୫ କିଲୋମିଟର ଗୁଣନ ୧୩୪ କିଲୋମିଟର କକ୍ଷପଥରେ ପ୍ରବେଶ କରିଛି ବିକ୍ରମ ।

Swagatika

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

6 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

8 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

8 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

10 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

11 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago