ୟୁକ୍ରେନ ଉପରେ ମିଶାଇଲ ମାଡ କରିଛି ରୁଷ । ଆଉ ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟୁକ୍ରେନର ଚେର୍ନିହିଭ୍ ସହରରେ ୮ ମହଲା ବିଶିଷ୍ଟ ବିଲିଡିଂରେ ମିଶାଇଲ ମାଡ କରିଛି । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଶିଶୁ ଥିବା ଜଣାଯାଇଛି । ଚେର୍ନିହିଭ୍ ୟୁକ୍ରେନର ରାଜଧାନୀ କିଭ୍ ଠାରୁ ପାଖାପାଖି ୧୫୦ କିମି ଦୂରରେ ଅବସ୍ଥିତି । ଏହାର ଜନସଂଖ୍ୟା ପାଖାପାଖି ଅଢେଇ ଲକ୍ଷ ବୋଲି ଜଣାପଡିଛି ।
ଚେର୍ନିହିଭରେ ଥିବା ଏକ ୮ ମହଲା ବିଲ୍ଡିଂ ଉପରକୁ ଅତର୍କିତ ଭାବେ ମିଶାଇଲ ମାଡ଼ କରିଥିଲା ରୁଷ। ଏହି ଆକ୍ରମଣରେ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିବା ବେଳେ ଘଟଣାସ୍ଥଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଗୁରୁତର ହୋଇଥିବା ୬୦ ଜଣଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।
ରୁଷ ଓ ୟୁକ୍ରେନ ଯୁଦ୍ଧକୁ ୨ ବର୍ଷ ପୂରି ସାରିଲାଣି । ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଯୁକ୍ରେନକୁ ସହାୟତାର ହାତ ବଢ଼େଇ ଆସିଛନ୍ତି ଆମେରିକା, ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଗ୍ରିସ, ହଙ୍ଗେରୀ ସମେତ ୩୦ଟି ଦେଶ । ୟୁକ୍ରେନ ଉପରେ ରୁଷିଆର ଏହି ମିସାଇଲ ମାଡ଼ ପରେ ପାଶ୍ଚାତ୍ୟ ଦେଶରୁ ସହାୟତା ଲୋଡ଼ିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…