ଯୁକ୍ରେନ ଉପରେ ରୁଷର ମିଶାଇଲ ମାଡ, ୧୭ ମୃତ, ୬୦ରୁ ଅଧିକ ଆହତ

ୟୁକ୍ରେନର ଚେର୍ନିହିଭ୍ ସହରରେ ୮ ମହଲା ବିଶିଷ୍ଟ ବିଲିଡିଂରେ ମିଶାଇଲ ମାଡ କରିଛି ରୁଷ । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଶିଶୁ ଥିବା ଜଣାଯାଇଛି ।

ୟୁକ୍ରେନ ଉପରେ ମିଶାଇଲ ମାଡ କରିଛି ରୁଷ । ଆଉ ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟୁକ୍ରେନର ଚେର୍ନିହିଭ୍ ସହରରେ ୮ ମହଲା ବିଶିଷ୍ଟ ବିଲିଡିଂରେ ମିଶାଇଲ ମାଡ କରିଛି । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଶିଶୁ ଥିବା ଜଣାଯାଇଛି । ଚେର୍ନିହିଭ୍ ୟୁକ୍ରେନର ରାଜଧାନୀ କିଭ୍‌ ଠାରୁ ପାଖାପାଖି ୧୫୦ କିମି ଦୂରରେ ଅବସ୍ଥିତି । ଏହାର ଜନସଂଖ୍ୟା ପାଖାପାଖି ଅଢେଇ ଲକ୍ଷ ବୋଲି ଜଣାପଡିଛି ।

ଚେର୍ନିହିଭରେ ଥିବା ଏକ ୮ ମହଲା ବିଲ୍ଡିଂ ଉପରକୁ ଅତର୍କିତ ଭାବେ ମିଶାଇଲ ମାଡ଼ କରିଥିଲା ରୁଷ। ଏହି ଆକ୍ରମଣରେ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିବା ବେଳେ ଘଟଣାସ୍ଥଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଗୁରୁତର ହୋଇଥିବା ୬୦ ଜଣଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରୁଷ ଓ ୟୁକ୍ରେନ ଯୁଦ୍ଧକୁ ୨ ବର୍ଷ ପୂରି ସାରିଲାଣି । ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଯୁକ୍ରେନକୁ ସହାୟତାର ହାତ ବଢ଼େଇ ଆସିଛନ୍ତି ଆମେରିକା, ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଗ୍ରିସ, ହଙ୍ଗେରୀ ସମେତ ୩୦ଟି ଦେଶ । ୟୁକ୍ରେନ ଉପରେ ରୁଷିଆର ଏହି ମିସାଇଲ ମାଡ଼ ପରେ ପାଶ୍ଚାତ୍ୟ ଦେଶରୁ ସହାୟତା ଲୋଡ଼ିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.