ପ୍ରଜାପତି ଦେହରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ, ଆଲୌକିକ ଦୃଶ୍ୟ ଦେଖି ଭକ୍ତ ବିଭୋର

ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖା ଯାଆନ୍ତି । ସେହିଭଳି ଏବେ ପ୍ରଜାପତି ଦେହରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ସତରେ ଯେମିତି ଶ୍ରୀଜିଉ ନିଜ ଭକ୍ତଙ୍କ ପାଇଁ ଏ ଧରାଧାମକୁ ଓହ୍ଲାଇ ଆସିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ସାଲେପୁର (କେନ୍ୟୁଜ): ସେ ଭକତ ଭାବରେ ବନ୍ଧା, ସେ ଭକ୍ତ ବତ୍ସଳ । କେତେବେଳେ ଭକତ ହାତରୁ ନଡିଆ ନିଏ ତ କେତେବେଳେ ସେ ଭକ୍ତର ବାଲି ରଥରେ ବି ବସେ । ଭକ୍ତର ଭାବନାକୁ ବୁଝେ ସେଥି ପାଇଁ ତ ତାକୁ ଭାବ ବିନୋଦିଆ କୁହାଯାଏ । ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖା ଯାଆନ୍ତି । ସେହିଭଳି ଏବେ ପ୍ରଜାପତି ଦେହରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ସତରେ ଯେମିତି ଶ୍ରୀଜିଉ ନିଜ ଭକ୍ତଙ୍କ ପାଇଁ ଏ ଧରାଧାମକୁ ଓହ୍ଲାଇ ଆସିଛନ୍ତି ।

କେତେବେଳେ ପରଟାରେ ଜଗନ୍ନାଥ ଆବିର୍ଭାବ ହୁଅନ୍ତି ତ କେତେବେଳେ କାନ୍ଥରେ ଉଭା ହୋଇପଡ଼ନ୍ତି ଜଗନ୍ନାଥ । କିନ୍ତୁ ପ୍ରଥମ ଥର ପାଇଁ କୌଣସି ଜୀବ ଦେହରେ ମହାପ୍ରଭୁ ଜଗନ୍ନାଥ ଦୃଶ୍ୟମାନ ହୋଇଛନ୍ତି । ଯାହାର ଦୃଶ୍ୟ ଯେତିକି ଆଶ୍ଚର୍ଯ୍ୟକର ଥିଲା ସେତିକି ଅଲୌକିକ ମଧ୍ୟ । ତେବେ ଆଜି ଏକ ବିରଳ ପ୍ରଜାପତି ଦେହରେ ମହାପ୍ରଭୁ ଲକ୍ଷ୍ମୀନୃସିଂହଙ୍କ ମୁଖକୃତି ପ୍ରତିଛବି ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଲୋକମାନେ ବି ଏଭଳି ଦୃଶ୍ୟ ଦେଖିବା ପରେ ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲେ ।

କିନ୍ତୁ କାଳିଆ ଯେତେବେଳେ ନିଜ ଯାଦୁ ଦେଖାଇବା ଆରମ୍ଭ କରେ ସେତେବେଳେ ଅନ୍ୟମାନଙ୍କ ଯାଦୁ ଫିକା ପଡ଼ିଯାଏ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଜଗତପୁର ନିକଟସ୍ଥ ପୂର୍ବକଚ୍ଛସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରର ଜଣେ ପୂଜକଙ୍କ ଘର ପାଚେରି କାନ୍ଥରେ ଦେଖିବାକୁ ମିଳିଛି । ଆଜି ସକାଳେ ପୂର୍ବକଚ୍ଛ ଗ୍ରାମର ଲକ୍ଷ୍ମୀନୃସିଂହ ମନ୍ଦିର ପୂଜକ ଧୃବ ଚରଣ ଦାଶଙ୍କ ଘର ପାଚେରିରେ ଏକ ବିରଳ ପ୍ରଜାତିର ପ୍ରଜାପତି ବସିଥିବାର ଦେଖିବାକୁ ମିଳିଥିଲା ।

ପ୍ରଜାପତିଟି ଦେହରେ ମହାପ୍ରଭୁ ଲକ୍ଷ୍ମୀନୃସିଂହଙ୍କ ମୁହଁ ପ୍ରତିକୃତି ହୋଇଥିବା ଦେଖି ସ୍ଥାନୀୟ ଲୋକେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ବହୁ ଲୋକେ ପ୍ରଜାପତିଟିକୁ ଦେଖିବାକୁ ଭିଡ ଜମାଇବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ତେବେ ଦୀର୍ଘ ସମୟ ପରେ ପ୍ରଜାପତିଟି କେଉଁଆଡେ ଉଡି ଯାଇଥିଲା । ପ୍ରଜାପତିରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ପୂଜକଙ୍କ ଘର ଆଗରେ ପ୍ରବଳ ଭିଡ଼ ମଧ୍ୟ ଜମିଥିଲା ।

ପ୍ରଜାପତି ଦେହରେ ମହାପ୍ରଭୁଙ୍କ ଆବିର୍ଭାବ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ପୂଜକଙ୍କ ଘରକୁ ଖୁବ ଶ୍ରଦ୍ଧାରେ ଦୌଡ଼ି ଆସିଥିଲେ । ଏହା ସହ ଲୋକମାନେ ଭଗବାନଙ୍କ ପୂଜା ମଧ୍ୟ କରିଥିଲେ । ଜଗନ୍ନାଥଙ୍କ ଲୀଳା ସତରେ ଅନନ୍ୟ । ନିଜ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ସେ କେତେବେଳେ ଯେ କେଉଁ ରୂପରେ ଆସିବେ ତାହା କେହି ଜାଣନ୍ତି ନାହିଁ । ତେବେ ଏହି ବିରଳ ପ୍ରଜାପତି ଦେହରେ ଜଗନ୍ନାଥଙ୍କ ଏ ଅପରୂପ ସୌନ୍ଦର୍ଯ୍ୟ ସତରେ ସମସ୍ତଙ୍କ ମନ ମୋହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.