ଓଡ଼ିଶାରେ କେଉଁଠି କେତେବେଳେ ଭୋଟ୍ ସମୟ, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା
କେଉଁଠି କେତେବେଳେ ଭୋଟ୍ ସମୟ। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନିର୍ଘଣ୍ଟ ହୋଇଛି ସମୟ।
ଭୁବନେଶ୍ୱର : କେଉଁଠି କେତେବେଳେ ଭୋଟ୍ ସମୟ। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନିର୍ଘଣ୍ଟ ହୋଇଛି ସମୟ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ହେବ ମତଦାନ। କଳାହାଣ୍ଡି,ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଆସନ ପାଇଁ ହେବ ମତଦାନ।
ନୂଆପଡ଼ା ନିର୍ବାଚନମଣ୍ଡଳୀର ୩୯ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଯାଏ ଭୋଟ ଗ୍ରହଣ ହେବ। ନୂଆପଡ଼ା ନିର୍ବାଚନମଣ୍ଡଳୀର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ମଧ୍ୟରେ ନିଆଯିବ ମତଦାନ। ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ୨୯ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଏବଂ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ମଧ୍ୟରେ ଭୋଟ ଗ୍ରହଣ ହେବ।
ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀରେ ୭ଟାରୁ ୪ଟା ମଧ୍ୟରେ ହେବ ମତଦାନ। ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ୭ଟାରୁ ୫ଟା , ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ୭ଟାରୁ ୫ଟା , ଭବାନୀପାଟଣାରେ ୭ଟାରୁ ୫ଟା ମତଦାନ ହେବ। ନର୍ଲାରେ ୧୯ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ମଧ୍ୟରେ ଭୋଟ ନିଆଯିବ। ନର୍ଲାର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ହେବ ମତଦାନ।