ବିହାର: ମା’ଙ୍କ ଦେହ ଖରାପ କହି ସାଧ୍ୱୀଙ୍କୁ ଆଶ୍ରମରୁ ନେଇ କରିଲେ ଦୁଷ୍କର୍ମ

ବିହାର: ଶେଖପୁର ଜିଲ୍ଲାର ଆରିୟରୀ ଥାନା ଅଞ୍ଚଳରେ ଫୁଲଚୋଡ ଗାଁ ନିକଟରେ ଗତ ରବିବାର ଦିନ ଜଣେ ସାଧ୍ୱୀଙ୍କୁ ସାମୁହିକ ଦୁଷ୍କର୍ମ କରାଯିବାର ଘଟଣା ସାମ୍ନାକୁ ଆସିଛି। ଶେଖପୁରା ମହିଳା ଥାନା ଅଧ୍ୟକ୍ଷ ଯଶୋଦା ଦେବୀଙ୍କ କହିବା ଅନୁଯାୟୀ ଉକ୍ତ ସାଧୁଙ୍କ ସହ ସାମୁହିକ ଦୁଷ୍କର୍ମ କରିଥିବା ଚାରିଜଣ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାର ଏକ ଗାଁରେ ରହୁଥିବାର ଜଣା ପଡିଛନ୍ତି। ପିଡୀତା ଜଣକ ମଧ୍ୟ ସେହି ଗାଁରେ ରହୁଥିବାର ସୂଚନା ମିଳିଛି।

ଏହାସହ ପଢନ୍ତୁ: ଦୈନିକ ଅଣ୍ଡା ଖୁଆଇ ନ ପାରିବାରୁ ସ୍ୱାମୀକୁ ଛାଡି ପ୍ରେମୀ ସହିତ ଛୁ ମାରିଲେ ମହିଳା

ରିପୋର୍ଟ ଅନୁଯାୟୀ ପିଡୀତା ଜଣକ ପଡୋଶି ନଓ୍ଵାଦା ଜିଲ୍ଲାର ପର୍ଯ୍ୟଟକ ସ୍ଥଳ କକୋଳତରେ ନିଜର ସହଯୋଗୀମାନଙ୍କ ସହ ଆଶ୍ରମରେ ରହୁଥିଲେ। ପିଡୀତା ସାଧ୍ୱୀଙ୍କ କହିବା ଅନୁଯାୟୀ ତାଙ୍କ ଗାଁର ଦୁଇ ବ୍ୟକ୍ତି ନିଜର ଦୁଇ ଜଣ ସହଯୋଗୀଙ୍କ ସହ ରବିବାର ଦିନ ତାଙ୍କ ଆଶ୍ରମରେ ପହଞ୍ଚିଥିଲେ ଏବଂ ତାଙ୍କ ମା ରୋଗରେ ପଡ଼ିଥିବାର ସୂଚନା ଦେଇଥିଲେ। ଏହାପରେ ଚାରି ଜଣ ଯୁବକ ସାଧ୍ୱୀ ଜଣଙ୍କୁ ନିଜ ଗାଡିରେ ତାଙ୍କ ଘରକୁ ନେଇଯିବା କହି ଶେଖପୁରା ଜିଲ୍ଲାର ଆରିୟରି ଥାନା ଅନ୍ତର୍ଗତ ଫୁଲଚୋଡ ଗାଁ ନିକଟରେ ତାଙ୍କୁ ସାମୁହିକ ମିଶି ଦୁଷ୍କର୍ମ କରିଥିଲେ। ସୁଚନା ଅନୁଯାୟୀ ବର୍ତ୍ତମାନ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଅଧିକ ସୂଚନା ପାଇଁ ଯାଞ୍ଚ ଆରମ୍ଭ କରିଛି।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

27 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

41 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

56 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago