ଦେଶ ବିଦେଶ

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରୁ ହଟିଲେ ଓ୍ଵାଙ୍ଖଡେ, ବରିଷ୍ଠ IPS ସଞ୍ଜୟ ସିଂହଙ୍କ ନେତୃତ୍ୱରେ ହେବ ଏସ୍‌ଆଇଟି ତଦନ୍ତ

ମୁମ୍ବାଇ:ଆର୍ଯ୍ୟନ ଖାନ ଡ୍ରଗ୍‌ସ ଅନ୍‌ କ୍ରୁଜ୍‌ କେସ୍‌ର ତଦନ୍ତ କରିବେ ନାହିଁ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେ। ତାଙ୍କୁ କେସ୍‌ରୁ ହଟାଇ ଦିଆଯାଇଛି। ମାମଲାର ତଦନ୍ତ କରିବ ଦିଲ୍ଲୀର ଏସ୍‌ଆଇଟି। ଏହା ପ୍ରାଶାସନିକ ନିଷ୍ପତ୍ତି ବୋଲି ଏନ୍‌ସିବି ତରଫରୁ କୁହାଯାଇଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ସଞ୍ଜୟ ସିଂହଙ୍କ ନେତୃତ୍ୱରେ ଏସ୍‌ଆଇଟି ତଦନ୍ତ ହେବ।

ସଞ୍ଜୟ ସିଂହ ୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌। ସେ ଏବେ ଏନ୍‌ସିବିରେ ଡେପୁଟୀ ଡାଇରେକ୍ଟର ଜେନେରାଲ ଅଛନ୍ତି। ଏସ୍‌ଆଇଟି ଟିମ୍‌ ଆଜି ଦିଲ୍ଲୀରୁ ମୁମ୍ବାଇ ଯିବ। କେବଳ ଆର୍ଯ୍ୟନ କେସ୍‌ ନୁହଁ ଆଉ ୫ଟି ହାଇ ପ୍ରୋଫାଇଲ କେସ୍‌ର ତଦନ୍ତରୁ ୱାଙ୍ଖଡେଙ୍କୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି ଏନ୍‌ସିବି। ଆର୍ଯ୍ୟନ ଖାନଙ୍କ ଗିରଫ ପରେ ବିବାଦର କେନ୍ଦ୍ରକୁ ଆସିଥିଲେ ସମୀର ୱାଙ୍ଖଡେ।

ତାଙ୍କ ବିରୋଧରେ ମହାରାଷ୍ଟ୍ର ସରକାରରେ ଥିବା ମନ୍ତ୍ରୀ ନବାବ ମଲ୍ଲିକ ବାରମ୍ବାର ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ। ଏହାସହ ଆଠ କୋଟି ଟଙ୍କାର ଲାଞ୍ଚ କାରବାର ନେଇ ସମୀର ୱାଙ୍ଖଡେଙ୍କ ନାଁରେ ଆସିଥିଲା ଅଭିଯୋଗ। ଟଙ୍କା କାରବାର ନେଇ ଆର୍ଯ୍ୟନ କେସ୍‌ରେ ସାକ୍ଷୀ ଥିବା ପ୍ରଭାକର ଶୈଲ ଅଭିଯୋଗ କରିଥିଲେ। ଯାହା ଆର୍ଯ୍ୟନ ଖାନଙ୍କ ପୂରା ତଦନ୍ତ ପ୍ରକ୍ରିୟାକୁ ଜଟିଳ କରି ଦେଇଥିଲା।

ଏହାସହ ପଢନ୍ତୁ: ଗତ କିଛି ଦିନ ତଳେ ସମୀର ଓ୍ଵାଙ୍ଖଡେଙ୍କ ବାସଭବନରେ ପହଁଚିଥିଲେ ଜାତୀୟ ଅନୁସୂଚିତ ଜାତି କମିଶନ। ଏସ୍‌ସି କମିଶନ ଉପାଧ୍ୟକ୍ଷ ଅରୁଣ ହାଲଦାର ଓ୍ଵାଙ୍ଖଡେଙ୍କ ଘରକୁ ଆସି କିଛି ମୂଳ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ । ମିଛ ଜାତିଗତ ପ୍ରମାଣପତ୍ର ଦେଇ ସମୀର ଓ୍ଵାଙ୍ଖଡେ ଚାକିରି ପାଇଥିବା ଅଭିଯୋଗ କରିଥିଲେ ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ନଓ୍ଵାବ ମଲିକ । ଏହାକୁ ନେଇ ଏସସି କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଓ୍ଵାଙ୍ଖଡେ। ଏସସି କମିଶନରେ ଦସ୍ତାବିଜ୍‌ ଦାଖଲ କରିଥିଲେ । ଯାହାକୁ ନେଇ ଓ୍ଵାଙ୍ଖଡେଙ୍କ ଘରକୁ ଆସି ମୂଳ ଦସ୍ତାବିଜ୍‌ ଯାଞ୍ଚ କରିବା ସହ ଆଲୋଚନା କରିଥିଲେ ଏସସି କମିଶନ ଉପାଧ୍ୟକ୍ଷ ।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago