ରାଜ୍ୟ

ମମିତା ମେହେର ହତ୍ୟାକାଣ୍ଡ ଘଟଣା: ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ

ଗଜପତି (କେନ୍ଯୁଜ୍): ଆଜି ୧୨ ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ ଡାକରା। ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ବିଜେପି ।

ସେପଟେ ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡା ଜିଲ୍ଲା ବନ୍ଦ ଡାକରା । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ପ୍ରଭାବରେ ଦୋକାନ ବଜାର ସହ ଗାଡି ଚଳାଚଳ ଠପ୍‌ ହୋଇଛି। ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି।

ସୂଚନା ଥାଉକି, ଏପଟେ ରିମାଣ୍ଡ ସରିଯିବା ପରେ ପୁଣି ଯାଇ ଜେଲ୍ ରେ ରହିଛି ଗୋବିନ୍ଦ ସାହୁ । ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କଣ୍ଟାବାଞ୍ଜି ସବଜେଲ୍‌କୁ ପଠାଇ ଦିଆଯାଇଛି । ମମିତା ହତ୍ୟା ମାମଲାରେ ଦୋଷ ମାନିଛି ଗୋବିନ୍ଦ । ମମିତାଙ୍କ ମୋବାଇଲକୁ ଜଳାଇ ଦେଇଥିବା କହିଛି । ଘଟଣାସ୍ଥଳରୁ ମିଳିଥିଲା କିଛି ପୋଡା ମେଟାଲ୍ସ ଓ ପ୍ଲାଷ୍ଟିକ । ସେସବୁକୁ ଫରେନସିକ୍‌ ଟେଷ୍ଟ ପାଇଁ ପଠାଯାଇଥିଲା । ପୋଲିସକୁ ମିଳିଥିଲା ୨ଟି ବ୍ୟାଗ୍‌ । ଗୋଟିଏ ଶବ ପୋଡ଼ାଯାଇଥିବା ସ୍ଥାନ ଓ ଅନ୍ୟଟି ରାଧେ ଘରୁ ମିଳିଥିଲା ।

ଅନ୍ଯପଟେ ଗତକାଲି ଆଉ ଏକ ଚାଞ୍ଚଲ୍ଯକର ତଥ୍ଯ ସାମ୍ନାକୁ ଆସିଥିଲା। ଯାହା ଜାଣିଲା ଆପଣ ବି ଆଶ୍ଚର୍ଯ୍ଯ ହୋଇଯିବେ କି ଅପରାଧି କେତେ ନୃସଂଶ ହୋଇପାରେ। ମମିତା ମେହେରଙ୍କୁ ହତ୍ୟା ପରେ ମୃତଦେହକୁ ପୋଡ଼ିବା ପାଇଁ ଟାୟାର ବ୍ୟବହାର ହୋଇଥିବା ଜଣାପଡିଥିଲା। ସେହି ଟାୟାର ମହାଲିଙ୍ଗର ଟାୟାର ଦୋକାନୀ ବିବେକ ଅଗ୍ରୱାଲଙ୍କ ଠାରୁ ଅଣାଯାଇଥିବା ଜଣାପଡିଥିଲା। ଗତ ୮ ତାରିଖରେ ବିବେକଙ୍କୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ ଫୋନ କରି ଟାୟାର ମାଗିଥିଲା । ସେଦିନ ଅପରାହ୍ନରେ ଗୋବିନ୍ଦର ଡ୍ରାଇଭର ରଧେଶ୍ୟାମ ଚଣ୍ଡୀ ତାଙ୍କଠାରୁ ଦୁଇଟି ଟାୟାର ଆଣିଥିବା ୧୬୧ ଷ୍ଟେଟମେଣ୍ଟରେ ବିବେକ ପୋଲିସକୁ କହିଛି ।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago