ଜମ୍ମୁ-କାଶ୍ମୀର ସଂପର୍କରେ ଆଜି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର, ଶ୍ରୀନଗରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାର

 ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ସଂପର୍କରେ ଆଜି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର । ବିଳମ୍ବିତ ରାତିରୁ ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ବିଳମ୍ବିତ ରାତିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କୁ ଶ୍ରୀନଗରରେ ଗୃହବନ୍ଦୀ କରାଯାଇଛି । ଗୃହବନ୍ଦୀ ହେବା ପରେ ଦୁଇ ନେତା ଟ୍ଵିଟ୍‌ କରି ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି । ଆଇନକୁ ହାତକୁ ନନେବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ଓମାର ଅବଦୁଲ୍ଲା । ସେହିପରି ମେହବୁବା ମୁଫ୍‌ତି ଟ୍ଵିଟ୍‌ କରି ଅଟଳ ବିହାରୀ ବାଜପେୟୀଙ୍କୁ ମନେପକାଇଛନ୍ତି । ଏହି ସମୟରେ ବାଜପେୟୀଙ୍କ ଅନୁପସ୍ଥିତି ଅନୁଭବ ହେଉଛି ବୋଲି କହିଛନ୍ତି ମେହବୁବା ମୁଫ୍‌ତି । ପିପୁଲ୍ସ ପାର୍ଟି ମୁଖ୍ୟ ସଜ୍ଜାଦ ଲୋନଙ୍କୁ ବି ଗୃହବନ୍ଦୀ ରଖାଯାଇଥିବା ସୂଚନା ମିଳିଛି । ତୀବ୍ର ଉତ୍ତେଜନା ପ୍ରକାଶ ପାଉଥିବାରୁ ଶ୍ରୀନଗରରେ ଅନିର୍ଦ୍ଦଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି । ସବୁ ସ୍କୁଲ କଲେଜ ବନ୍ଦ କରାଯାଇଛି ।

ପରିବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଦ ରହିଛି । ଶ୍ରୀନଗରରେ କର୍ଫ୍ୟୁ ଜାରି କରାଯାଉଥିବାରୁ ଏଭଳି ପଦକ୍ଷେପ ନିଆଯାଉଛି । ପରିସ୍ଥିତିକୁ ନଜରରେ ରଖି ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜରୁରୀ ବୈଠକ ଡାକିଛନ୍ତି । ବୈଠକରେ ଜମ୍ମୁ-କାଶ୍ମୀର ଡିଜିପି ଉପସ୍ଥିତ ଅଛନ୍ତି । ରାପିଡ ଆକ୍ସନ ଫୋର୍ସ ସମେତ ୩୦ ହଜାର ଅର୍ଦ୍ଧସାମରିକ ଜବାନଙ୍କୁ ମୁତୟନ କରାଯାଇଛି । ସେହିପରି ଜମ୍ମୁ-କାଶ୍ମୀରରେ ୪୦ କମ୍ପାନୀ ସିଆରପିଏଫ୍‌ ମୁତୟନ ହୋଇଛନ୍ତି ।

KNews Bureau

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

6 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

8 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

22 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

23 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago