ଦେଶ ବିଦେଶ

ପୁଞ୍ଛରେ ଆତଙ୍କୀ ଆକ୍ରମଣ: ସୁରକ୍ଷା ବାହିନୀ ଦ୍ୱାରା ୬ ଅଟକ, ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ସନ୍ଦେହ

ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ଗତକାଲି ଭାରତୀୟ ବାୟୁସେନାର ଗାଡ଼ି ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ସୁରକ୍ଷା ବାହିନୀ ୬ ଜଣ ସ୍ଥାନୀୟ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଥିବା ନେଇ ଏହି ଲୋକମାନଙ୍କୁ ସନ୍ଦେହ କରାଯାଉଛି । ଏହି ଆତଙ୍କୀ ଆକ୍ରମଣରେ ୫ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ଏୟାରଲିଫ୍ଟ କରି ଉଧମପୁର ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସା ସମୟରେ ଜଣେ ଯବାନ ଆଖି ବୁଜିଥିଲେ ।

ଶନିବାର ସନ୍ଧ୍ୟା ପାଖାପାଖି ୬ଟା ୧୫ ମିନିଟ୍‌ରେ ପୁଞ୍ଛର ଶାହସିତର ଅଞ୍ଚଳରେ ଏହି ଘଟଣା ଘଟିଥିଲା । ୪ ଜଣ ଆତଙ୍କବାଦୀ ସନାଇ ଟପ୍‌ ଯାଉଥିବା ସୁରକ୍ଷା ବାହିନୀର ଦୁଇଟି ଗାଡ଼ି ଉପରକୁ ଗୁଳି ଚଳାଇଥିଲେ । ସେଥିରୁ ଗୋଟିଏ ଗାଡ଼ି ବାୟୁସେନାର ଥିଲା । ଆକ୍ରମଣ ପରେ ଆତଙ୍କବାଦୀମାନେ ଜଙ୍ଗଲକୁ ପଳାଇଥିଲେ ଏବଂ ସେମାନଙ୍କ ହାତରେ AK ଆସଲ୍ଟ ରାଇଫଲ ଥିଲା ବୋଲି ସୂତ୍ରରୁ ଜଣାପଡ଼ିଛି ।

ବାୟୁସେନାର ସ୍ପେଶାଲ ଗରୁଡ଼ ଫୋର୍ସ, ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ପୁଞ୍ଛ ରାଜୌରୀ-ଅନନ୍ତନାଗ ଲୋକସଭା ଆସନ ଅଧୀନରେ ଆସେ । ଏଠାରେ ଷଷ୍ଠ ପର୍ଯ୍ୟାୟରେ ମେ’ ୨୫ରେ ଭୋଟିଂ ହେବ ।

ବାୟୁସେନା ଗାଡ଼ି ଉପରେ ଆକ୍ରମଣ ଘଟଣାରେ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଦ୍ୱିତୀୟ ଦିନ ମଧ୍ୟ ଅପରେସନ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ସନ୍ଦେହରେ ସୁରକ୍ଷା ବାହିନୀ ୬ ସ୍ଥାନୀୟ ଲୋକଙ୍କୁ ଅଟକ ରଖିଛନ୍ତି । ଏହି ସମୟରେ ଶାହସିତର, ଗୁରସାଇ, ସନାଇ ଓ ସିନ୍ଧରା ଟପ୍ ସମେତ ଅନେକ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି । ଆକ୍ରମଣ ପରେ ଆତଙ୍କବାଦୀମାନେ ଜଙ୍ଗଲକୁ ପଳାଇଯାଇଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କ ଠିକଣା ଜଣାପଡ଼ି ନାହିଁ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ ୨୦୨୩ ଡିସେମ୍ବର ୨୧ରେ ସୁରନକୋଟରେ ସେନା ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପାଇଁ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (PAFF) ନିଜକୁ ଦାୟୀ କରିଥିଲା । ଏବେ ସେନା ଅଧିକାରୀ ଗତକାଲିର ଆକ୍ରମଣରେ ବି ଏହି ସଙ୍ଗଠନର ସମ୍ପୃକ୍ତି ଥିବା ନେଇ ସନ୍ଦେହ କରିଛନ୍ତି । PAFF ଲସ୍କର-ଏ-ତୋଇବାର ଏକ ଶାଖା ।

Roshni

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

2 hours ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

3 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

3 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

4 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

5 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

5 hours ago