ଧମକପୂର୍ଣ୍ଣ ଚିଠି ମିଳିବା ପରେ ମଥୁରାରେ ହାଇ ଆଲର୍ଟ, ଶ୍ରୀକୃଷ୍ଣଙ୍କ ଜନ୍ମ ଭୂମିରେ ବଢାଗଲା ସୁରକ୍ଷା ବ୍ୟବସ୍ଥା

ଧମକପୂର୍ଣ୍ଣ ଚିଠି ମିଳିବାପରେ ମଥୁରାରେ ହାଇ ଆଲର୍ଟ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରୁ ନେଇ ଜଙ୍କସନ୍ ପର୍ଯ୍ୟନ୍ତ ଅତିରିକ୍ତ ପୋଲିସ୍ ଫୋର୍ସ ନିୟୋଜିତ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଇନ୍ଦା ବିଭାଗକୁ ମଧ୍ୟ ସକ୍ରିୟ କରାଯାଇଛି । ଏଟିଏସ ମଧ୍ୟ ତନାଘନାରେ ଲାଗିଛି । ସୂଚନା ମୁତାବକ ଏକ ସନ୍ଦିଗ୍ଧ ଚିଠି ଉତ୍ତରାଖଣ୍ଡ ଏବଂ ୟୁପି ଷ୍ଟେସନ୍ ମାଷ୍ଟରଙ୍କୁ ମିଳିଛି । ଏହି ପତ୍ରରେ ଧାର୍ମିକ ସ୍ଥଳକୁ ଉଡାଇବା ପାଇଁ ଧମକ ଦିଆଯାଇଛି ।

ଆହ୍ଲାବାଦ ଏବଂ ଆଯୋଧ୍ୟା ସହିତ ବହୁ ସହର ବିଷୟରେ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ହେଲେ ଚିଠିରେ କେଉଁଠି ମଥୁରାର ନାଁ ନାହିଁ । କିନ୍ତୁ ଗୋଇନ୍ଦା ଏଜେନ୍ସି ସତର୍କତା ସ୍ବରୂପ ଆଲର୍ଟ ଜାରି କରିଛି । ଶ୍ରୀକୃଷ୍ଣ ଜନ୍ମସ୍ଥାନ ସହିତ ସବୁ ପ୍ରମୁଖ ଧାର୍ମିକ ସ୍ଥଳରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢାଇ ଦିଆଯାଇଛି । କଡାକଡି ଭାବେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି। ଯିବା ଆସିବା କରୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖାଯିବା ସହିତ ମଥୁରାର ସବୁ ଧାର୍ମିକ ସ୍ଥଳର ଆଖପାଖରେ ପୋଲିସ୍ ମୁତୟନ କରାଯାଇଛି ।

ମଥୁରା ଜଙ୍କସନରେ ଯାଞ୍ଚ ପ୍ରକ୍ରିୟାକୁ ବଢାଇ ଦିଆଯିବା ସହିତ ସବୁ ପ୍ଲାଟ୍‌ଫର୍ମ ଉପରେ ନଜର ରଖା ଯାଇଛି । ଟ୍ରେନମାନଙ୍କରେ ମଧ୍ୟ ଯାଞ୍ଚକୁ ବଢାଇ ଦିଆଯାଇଛି । ନିଜେ ବରିଷ୍ଠ ଅଧିକାରୀମାନେ ବୁଲି ବୁଲି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି । ଲୋକମାନଙ୍କୁ କୁହାଯାଉଛି କି ଯଦି କୌଣସି ସନ୍ଦିଗ୍ଧ ବସ୍ତୁ ନଜରରେ ଆସୁଛି ତେବେ ତୁରନ୍ତ ପୋଲିସକୁ ସୂଚନା ଦିଅ । କୌଣସି ବସ୍ତୁକୁ ହାତ ନମାରି ଆଗ କଣ୍ଟ୍ରୋଲ ରୁମକୁ ଫୋନ କର ।

ଶ୍ରୀଲଙ୍କାରେ ସିରିଜ୍‌ ବିସ୍ଫୋରଣ ପରେ ଆତଙ୍କବାଦୀମାନେ ଭାରତରେ ସେଭଳି କିଛି ଅଘଟଣ ଘଟାଇବାର ଆଶଙ୍କା ରହିଥିବାରୁ ଏହି ଚିଠିକୁ ଗୁରୁତ୍ୱର ସହ ନିଆଯାଇଛି ।

Sonalisa

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

12 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

27 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

39 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

40 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago