Below header

ଧମକପୂର୍ଣ୍ଣ ଚିଠି ମିଳିବା ପରେ ମଥୁରାରେ ହାଇ ଆଲର୍ଟ, ଶ୍ରୀକୃଷ୍ଣଙ୍କ ଜନ୍ମ ଭୂମିରେ ବଢାଗଲା ସୁରକ୍ଷା ବ୍ୟବସ୍ଥା

ଧମକପୂର୍ଣ୍ଣ ଚିଠି ମିଳିବାପରେ ମଥୁରାରେ ହାଇ ଆଲର୍ଟ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରୁ ନେଇ ଜଙ୍କସନ୍ ପର୍ଯ୍ୟନ୍ତ ଅତିରିକ୍ତ ପୋଲିସ୍ ଫୋର୍ସ ନିୟୋଜିତ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଇନ୍ଦା ବିଭାଗକୁ ମଧ୍ୟ ସକ୍ରିୟ କରାଯାଇଛି । ଏଟିଏସ ମଧ୍ୟ ତନାଘନାରେ ଲାଗିଛି । ସୂଚନା ମୁତାବକ ଏକ ସନ୍ଦିଗ୍ଧ ଚିଠି ଉତ୍ତରାଖଣ୍ଡ ଏବଂ ୟୁପି ଷ୍ଟେସନ୍ ମାଷ୍ଟରଙ୍କୁ ମିଳିଛି । ଏହି ପତ୍ରରେ ଧାର୍ମିକ ସ୍ଥଳକୁ ଉଡାଇବା ପାଇଁ ଧମକ ଦିଆଯାଇଛି ।

mathuraaଆହ୍ଲାବାଦ ଏବଂ ଆଯୋଧ୍ୟା ସହିତ ବହୁ ସହର ବିଷୟରେ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ହେଲେ ଚିଠିରେ କେଉଁଠି ମଥୁରାର ନାଁ ନାହିଁ । କିନ୍ତୁ ଗୋଇନ୍ଦା ଏଜେନ୍ସି ସତର୍କତା ସ୍ବରୂପ ଆଲର୍ଟ ଜାରି କରିଛି । ଶ୍ରୀକୃଷ୍ଣ ଜନ୍ମସ୍ଥାନ ସହିତ ସବୁ ପ୍ରମୁଖ ଧାର୍ମିକ ସ୍ଥଳରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢାଇ ଦିଆଯାଇଛି । କଡାକଡି ଭାବେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି। ଯିବା ଆସିବା କରୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖାଯିବା ସହିତ ମଥୁରାର ସବୁ ଧାର୍ମିକ ସ୍ଥଳର ଆଖପାଖରେ ପୋଲିସ୍ ମୁତୟନ କରାଯାଇଛି ।

checkingମଥୁରା ଜଙ୍କସନରେ ଯାଞ୍ଚ ପ୍ରକ୍ରିୟାକୁ ବଢାଇ ଦିଆଯିବା ସହିତ ସବୁ ପ୍ଲାଟ୍‌ଫର୍ମ ଉପରେ ନଜର ରଖା ଯାଇଛି । ଟ୍ରେନମାନଙ୍କରେ ମଧ୍ୟ ଯାଞ୍ଚକୁ ବଢାଇ ଦିଆଯାଇଛି । ନିଜେ ବରିଷ୍ଠ ଅଧିକାରୀମାନେ ବୁଲି ବୁଲି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି । ଲୋକମାନଙ୍କୁ କୁହାଯାଉଛି କି ଯଦି କୌଣସି ସନ୍ଦିଗ୍ଧ ବସ୍ତୁ ନଜରରେ ଆସୁଛି ତେବେ ତୁରନ୍ତ ପୋଲିସକୁ ସୂଚନା ଦିଅ । କୌଣସି ବସ୍ତୁକୁ ହାତ ନମାରି ଆଗ କଣ୍ଟ୍ରୋଲ ରୁମକୁ ଫୋନ କର ।

ଶ୍ରୀଲଙ୍କାରେ ସିରିଜ୍‌ ବିସ୍ଫୋରଣ ପରେ ଆତଙ୍କବାଦୀମାନେ ଭାରତରେ ସେଭଳି କିଛି ଅଘଟଣ ଘଟାଇବାର ଆଶଙ୍କା ରହିଥିବାରୁ ଏହି ଚିଠିକୁ ଗୁରୁତ୍ୱର ସହ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.