ଜାଣନ୍ତୁ,କାହିଁକି ପରିଧାନ କରାଯାଏ ଏକ ମୁଖୀ ରୁଦ୍ରାକ୍ଷ ଏବଂ ଏହାକୁ ଧାରଣ କରିବାର ବିଧି

ହିନ୍ଦୁ ଧର୍ମଶାସ୍ତ୍ରରେ ଭଗବାନ ଶିବଙ୍କ ଲୁହରୁ ରୁଦ୍ରାକ୍ଷ ସୃଷ୍ଟି ହେବାର ଉଲ୍ଲେଖ ରହିଛି। ଅର୍ଥାତ ଯେତେବେଳେ ପ୍ରଥମ ଥର ଶିବଙ୍କ ଆଖିରୁ ଲୁହ ତଳେ ପଡ଼ିଥିଲା, ସେହି ସ୍ଥାନରେ ଏକ ମୁଖୀ ରୁଦ୍ରାକ୍ଷ ଉତ୍ପନ୍ନ ହୋଇଥିଲା। ମାନ୍ୟତା ରହିଛି ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତିମାନେ ଶିବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି। ଶାସ୍ତ୍ର ଅନୁଯାୟୀ ଏକ ମୁଖୀ ରୁଦ୍ରାକ୍ଷ ସାକ୍ଷାତ ଶିବଙ୍କ ସ୍ବରୂପ ହୋଇଥାଏ। ହିନ୍ଦୁ ଧର୍ମରେ ଅନେକ ଲୋକମାନେ ଆଜି ମଧ୍ୟ ରୁଦ୍ରାକ୍ଷ ଧାରଣ କରିଛନ୍ତି। ଜାଣନ୍ତୁ ଏକ ମୁଖୀ ରୁଦ୍ରାକ୍ଷ ଧାରଣ କଲେ କେଉଁ ଲାଭ ମିଳିଥାଏ ଏବଂ ଏହାକୁ କିପରି ପିନ୍ଧିବା ଉଚିତ।

malaଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଷଷ୍ଠ, ଅଷ୍ଟମ ଏବଂ ଦ୍ବାଦଶ ସ୍ଥାନର ସ୍ବାମୀ ହୋଇଥାନ୍ତି। ଯଦି ସୂର୍ଯ୍ୟ ଗ୍ରହ ସପ୍ତମ ସ୍ଥାନରେ ରହି ଜୀବନରେ ବୈବାହିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାନ୍ତି ବା ସୂର୍ଯ୍ୟ ଗ୍ରହ ଶନି, ରାହୁ ଏବଂ କେତୁ ଗ୍ରହ ସହ ମିଶି ରହିଥାନ୍ତି ତେବେ ଏକ ମୁଖୀ ରୁଦ୍ରାକ୍ଷ ପରିଧାନ କରିବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ। ଏହାକୁ ପରିଧାନ କରିବା ପରେ ବ୍ୟକ୍ତି ପବିତ୍ର ହେବା ସହ ଭଲ ଆଚରଣ କରିଥାନ୍ତି। ସେହିପରି କୌଣସି ବ୍ୟକ୍ତିଙ୍କର ଚାକିରି କ୍ଷେତ୍ରରେ ସମସ୍ୟା ଥିଲେ ବା ରାଜନୈତିକ କ୍ଷେତ୍ରରେ ସଫଳତା ପାଇବାକୁ ଚାହୁଁଥିଲେ ଏହି ମାଳି ପିନ୍ଧିବା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

ପରିଧାନ କରିବାର ବିଧି:

rudrakshyaଏକ କଂସା ପାତ୍ରରେ ପଞ୍ଚାମୃତ ନେଇ ସେଥିରେ କିଛି ଗୋଲାପ ଫୁଲର ପତ୍ର ପକାଇ ଏକ ମୁଖୀ ରୁଦ୍ରାକ୍ଷ ବା ସେହି ମାଳିକୁ ଧୋଇ ଦିଅନ୍ତୁ। ଏହାପରେ ଭଗବାନ ଶିବଙ୍କ ପଞ୍ଚାକ୍ଷର ମନ୍ତ୍ର ପାଠ କରି ଗଙ୍ଗା ଜଳରେ ସେହିମାଳିକୁ ଧୋଇ ଦିଅନ୍ତୁ। ଏହାପରେ ଏକ ସଫା ନାଲି ରଙ୍ଗର କପଡ଼ା ଉପରେ ରୁଦ୍ରାକ୍ଷକୁ ଥୋଇ ସେଥିରେ ଚନ୍ଦନ, ବେଲପତ୍ର, ନାଲି ରଙ୍ଗର ଫୁଲ ଏବଂ ଧୂପ-ଦୀପ ଅର୍ପଣ କରି ଶିବଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ କରି ପରିଧାନ କରନ୍ତୁ। ଏହିପରି ବିଧିରେ ରୁଦ୍ରାକ୍ଷ ପରିଧାନ କରିବା ଦ୍ବାରା ଜୀବନରେ ସର୍ବଦା ଭଗବାନ ଶିବଙ୍କ କୃପା ଲାଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.