Sony ଆଣିଲା ସବୁଠାରୁ ମହଙ୍ଗା ଟିଭି, ମୂଲ୍ୟ BMW ଗାଡିରୁ ମଧ୍ୟ ଅଧିକ

ନୂଆଦିଲ୍ଲୀ : ଜାପାନର ଇଲେକଟ୍ରୋନିକ କମ୍ପାନୀ ସୋନି ଗତକାଲି ତାହାର ସବୁଠାରୁ ମହଙ୍ଗା ଟିଭି ଲଞ୍ଚ କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ୯୮ଇଞ୍ଚ ବିଶିଷ୍ଟ ୮କେ ଟିଭିର ମୂଲ୍ୟ ୭୦ହଜାର ଆମେରିକୀ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପାଖାପାଖି ୪୯ ଲକ୍ଷ ରହିଛି। କହିବାକୁ ଗଲେ ଟିଭିର ମୂଲ୍ଯ ଲଗଜ୍ବରୀୟର୍ସ କାର BMWରୁ ମଧ୍ୟ ଅଧିକ ରହିଛି। କମ୍ପାନୀ ଦ୍ବାରା ଦିଆଯାଇଥିବା ସୂଚନା ମୁତାବକ, Sony MASTER Series Z9G 8K HDR TV ପ୍ରଥମ ଏପରି ଆନଡ୍ରୋଏଡ ଅପରେଟିଂ ସିଷ୍ଟମ ଅଟେ ଯାହା ଟିଭିରେ ୮କେ ରିଜୋଲ୍ୟୁସନକୁ ସପୋର୍ଟ କରିଥାଏ।

ଏହା ବ୍ୟତୀତ କମ୍ପାନୀ ଅଫୋଡେବଲ ରେଞ୍ଜ କହିବାକୁ ଯାଇ Sony MASTER Series Z9G 8K HDR TVକୁ ଲଞ୍ଚ କରିଛି। ଏହି ଟେଲିଭିଜନର ସାଇଜ୍ ୮୫ଇଞ୍ଚ ରହିଥିବା ବେଳେ ଏହାର ମୂଲ୍ୟ ୧୩ହଜାର ଆମେରିକୀ ଡଲାର ଅର୍ଥାତ୍ ୯ଲକ୍ଷ ଟଙ୍କା ରହିଛି।

sony tv

କଣ ରହିଛି ଏହି ବହୁ ମୂଲ୍ୟ ଟିଭିର ଖାସିୟତ୍

-ଦୁଇଟି ଟିଭି ଆନଡ୍ରୋଏଡ ଅପରେଟିଂ ସିଷ୍ଟମ ଦ୍ବାରା କାମ କରିବ।

-ସପ୍ଟୱେଆର ଅପଡେସନ୍ ଦ୍ବାରା ଦୁଇଟି ମଡେଲରେ HomeKit ଏବଂ AirPlay 2 ଭଳି ଫିଚର ଯୋଡା ଯାଇପାରିବ।

-ଏହି ମଡେଲ ଗୁଡିକରେ X1 ଅଲ୍ଟିମେଟ ପ୍ରୋସେସର ଦିଆଯାଇଛି ଯାହା ୮କେ କଣ୍ଟେଣ୍ଟକୁ ପ୍ଳେ କରିପାରିବ।

-ଏହାକୁ ସମସ୍ତ ସ୍ଥାନରେ ଜୁନ ମାସ ସୁଧା ଉପଲବ୍ଧ କରାଯିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.