Below header

ଦିଲ୍ଲୀରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ‘କଳିଙ୍ଗ ଶିକ୍ଷା ସମାଜ’ର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ନୂଆଦିଲ୍ଲୀ ଠାରେ କଳିଙ୍ଗ ଶିକ୍ଷା ସମାଜର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜେଏନ୍‌ୟୁ କ୍ୟାମ୍ପସ୍‌ କନଭେନସନ୍‌ ସେଣ୍ଟର-୨ରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏହି ଅବସରରେ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

3
ଦିଲ୍ଲୀରେ ଦୀର୍ଘ ବର୍ଷ ଧରି ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରି ଆସୁଛି ଏହି ସଂସ୍ଥା  । ପ୍ରତିବର୍ଷ ବାର୍ଷିକ କାର୍ଯ୍ୟକ୍ରମରେ ରାଜ୍ୟର କିଛି ପ୍ରତିଷ୍ଠିତ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଉଛନ୍ତି । ଚଳିତ ବର୍ଷ ବିଶିଷ୍ଟ ଲେଖକ ତଥା ପ୍ରଶାସକ ଦେବଦାସ ଛୋଟରାୟ, ରେଭେନେସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଚିନ୍ତାମଣି ମହପାତ୍ର, ଜେଏନ୍‌ୟୁରେ ଅବସ୍ଥାପିତ ଓଡ଼ିଆ ଚେୟାର ପ୍ରଫେସର ଉଦୟନାଥ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Delhi Function

ଏହି ଅବସରରେ ଅତିଥିମାନେ ଓଡ଼ିଆ ସଂସ୍କୃତି ଓ ଇତିହାସ ଉପରେ ଆଲୋଚନା କରିଥିଲେ । ଶ୍ରୀ ଛୋଟରାୟ ଓଡ଼ିଆ ଭାଷାକୁ ଦେଶର ଷଷ୍ଠ ଲୋକଭାଷାର ମାନ୍ୟତା ଏବଂ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପ୍ରସଙ୍ଗରେ ଖୁସି ପ୍ରକଟ କରିଥିଲେ । ଏହି ଘଟଣା ‘ଓଡ଼ିଆ ଡାଏସପୋରା’ ବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଅତ୍ୟନ୍ତ ଖୁସିର ବିଷୟ ବୋଲି ସେ କହିଥିଲେ । ସେହିଭଳି ଭୁବନେଶ୍ୱର ଦୟାନଦୀ କୂଳରେ ହୋଇଥିବା ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ ଏବଂ ପାଇକ ବିଦ୍ରୋହ ଉପରେ ଜେଏନ୍‌ୟୁରେ ଏକ ସ୍ମାରକୀ ପ୍ରସ୍ତୁତ କରିବାକୁ ଉଦ୍ୟମ କରାଯାଉଛି ବୋଲି ପ୍ରଫେସର ମହାପାତ୍ର କହିଥିଲେ ।

7
କାର୍ଯ୍ୟକ୍ରମରେ କଳିଙ୍ଗ ଶିକ୍ଷା ସମାଜରର ସଭାପତି ତଥା ରେଭେନସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବୈଷ୍ଣବ ଚରଣ ତ୍ରିପାଠୀ ଏଥିରେ ସଭାପତିତ୍ୱ କରିଥିଲେ । ରେଭେନେସାରେ ଅଧ୍ୟାପନା କରୁଥିବା ପ୍ରଫେସର ସଞ୍ଜୟ ଶତପଥୀ, କଳିଙ୍ଗ ଶିକ୍ଷା ସମାଜର ଉପସଭାପତି ଡ. ଯଦୁମଣି ଜେନା, ସମ୍ପାଦକ ପି.କେ. ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏଠାକାର ପ୍ରବାସୀ ଓଡ଼ିଆମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.