ଦିଲ୍ଲୀ ବିମାନ ବନ୍ଦରରେ ଉଡାଣ ଭରିବାକୁ ଥିବା ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ :ଏୟାର ଇଣ୍ଡିଆର ଏପିୟୁ ଟିମ୍(Auxiliary power unit) ବୁଧବାର ରାତିରେ ବିମାନର ମରାମତି କରୁଥିବା ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ହଠାତ୍ ନିଆଁ ଲାଗିଯାଇଥିଲା । ବିମାନ ବୋଇଙ୍ଗ B777-200LR(VT-ALF) ସେନଫ୍ରାନ୍ସିସକୋ ପାଇଁ ଉଡାଣ ଭରିବାକୁ ପ୍ରସ୍ତୁତ ହେଉଥିଲା । ଘଟଣାରେ ସେତେବେଳେ ଘଟିଥିଲା ଯେତେବେଳେ ବିମାନଟି ଛିଡା ହୋଇରହିଥିଲା ।


ଏୟାର ଇଣ୍ଡିଆର ଅଧିକାରୀ କହିଛନ୍ତି କି, ବିମାନରେ କିଛି ମରାମତି ଚାଲିଥିଲା ଏବଂ ସେହି ସମୟରେ ବିମାନ ଭିତରେ କୌଣସି ଯାତ୍ରୀନଥିଲେ । ଗୁରୁବାର ଜାରି କରାଯାଇଥିବା ଏକ ବୟାନରେ ଏୟାର ଇଣ୍ଡିଆ କହିଛି କି, ଗତକାଲି ରାତିରେ ଦିଲ୍ଲୀରେ ଯେତେବେଳେ ଇଞ୍ଜିନିୟରମାନେ ଏକ ଖାଲି ଥିବା ବିମାନ(୭୭୭)କୁ ରୁଟିନ୍ ଟେକନିକାଲ ପରୀକ୍ଷଣର ଯାଞ୍ଚ କରୁଥିଲେ ,ଏପିୟୁ ଅଟୋ ବନ୍ଦ ହୋଇଯାଇଥିଲା । ବିମାନ ବନ୍ଦରର ଅଗ୍ନିଶମ କର୍ମୀ ମାନେ ଧୂଆଁ ବାହାରିବାର ଦେଖି ଅଗ୍ନିକାଣ୍ଡ ଘଟିବା ଭୟରେ ଫୋମସ୍ପ୍ରେ ବ୍ଯବାହାର କରି ଏକ ଅଘଟଣ ହେବା ପୂର୍ବରୁ ଅଟକାଇ ଦେଇଥିଲେ ।

ଏହା ସହିତ ଏୟାର ଇଣ୍ଡିଆ କହିଛି କି, ଏହି ଘଟଣା ପରେ ଏପିୟୁ କୁ ନିଜ କାଉନସେଲିଙ୍ଗ ଖୋଲିକି ଯାଞ୍ଚ କରାଯାଇଥିଲା ଏବଂ ସାମାନ୍ଯ ତେଲ ବାହାରିବାର ଚିହ୍ନ ବ୍ଯତିତ କୌଣସି ଜଳାପୋଡା କିମ୍ବା ବାହାର କ୍ଷତି ହୋଇନାହିଁ । ତେବେ ଏନେଇ ଅଧିକ ନିରୀକ୍ଷଣ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.