Below header

ବିଶ୍ବ କପ୍ ପାଇଁ ଘୋଷଣା ହେଲା ୱେଷ୍ଟଇଣ୍ଡିଜ୍ ଟିମ୍, ଜାଣନ୍ତୁ କିଏ ହେଲେ ସାମିଲ

ନୂଆଦିଲ୍ଲୀ : ୨୦୧୯ ଆଇସିସି ବିଶ୍ବକପ ମେ ୩୦ ତାରିଖରୁ ଇଂଲଣ୍ଡ ଏବଂ ୱେଲ୍ସରେ ଆୟୋଜିତ ହେବାକୁ ଯାଉଛି। ଏନେଇ ପୂର୍ବରୁ ବିଶ୍ବକପରେ ସାମିଲ ହେବାକୁ ଥିବା ସମସ୍ତ ଦଳ ନିଜ ଟିମର ସଦସ୍ୟଙ୍କ ନାମ ଘୋଷଣା କରିଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛି ୱେଷ୍ଟଇଣ୍ଡିଜ।

ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ୱେଷ୍ଟଇଣ୍ଡିଜ୍ ଘୋଷଣା କରିଛି ତାହାର ୧୫ଜଣିଆ ଟିମର ନାମ। ଦଳରେ ବିସ୍ଫୋଟକ ଖେଳାଳି କ୍ରିସ ଗେଲ ଏବଂ ଆଣ୍ଡ୍ରୁ ରସେଲ ସାମିଲ ଅଛନ୍ତି। ଅପରପକ୍ଷରେ ପୋଲାର୍ଡଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଦଳର ଅଧିନାୟକ ଦାୟିତ୍ବ ଜେସନ୍ ହୋଲ୍ଡରଙ୍କୁ ଦିଆଯାଇଛି।

West-Indies-Squad

ୱେଷ୍ଟିଇଣ୍ଡିଜ୍ ୧୫ ଜଣିଆ ଟିମ୍ :

ଜେସନ୍ ହୋଲ୍ଡର (ଅଧିନାୟକ), ଆନ୍ଦ୍ରେ ରସେଲ, ଆସଲେ ନର୍ସ, କାଲୋର୍ସ ବ୍ରେଥେଓ୍ଵଟ, କ୍ରିସ ଗେଲ୍, ଡାରେନ ବ୍ରୋଭୋ, ଏଭିନ ଲୁଇସ୍, ଫେବିୟନ ଆଲେନ୍‌, କେମର ରୋଚ, ନିକୋଲସ ପୁରନ, ଓସେନ ଥୋମାସ୍, ସାଇ ହୋପ୍ , ସାନନ୍ ଗାବ୍ରିଏଲ୍‌, ଶେଲଡନ୍ କଟ୍ଟରେଲ, ସିମରନ୍‌ ହେଟମେୟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.