ସୋସିଆଲ ମିଡିଆରେ ହାତୀ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜଣେ ଯୁବତୀଙ୍କ ଡ୍ୟାନ୍ସ ଦେଖି ପଛପାର୍ଶ୍ୱରେ ଛିଡ଼ା ହୋଇଥିବା ଦୁଇଟି ହାତୀ ଠିକ୍ ସେମିତି ହିଁ ଡ୍ୟାନ୍ସ କରିବାକୁ ଲାଗୁଛନ୍ତି। ଆପଣ ହାତୀର ଅନେକ ମଜାଦାର ଭିଡିଓ ଦେଖିଥିବେ। କିନ୍ତୁ ଏହି ଭିଡିଓକୁ ଦେଖିଲେ ଆପଣ ହସି ହସି ଲୋଟପୋଟ ହୋଇଯିବେ।
ଭିଡିଓଟିକୁ ଆଇପିଏସ୍ ଅଫିସର ଦୀପାଂଶୁ କାବରା ଟୁଇଟରରେ ଶେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ କି, ଯୁବତୀ ଡ୍ୟାନ୍ସ କରୁଛନ୍ତି। ତାଙ୍କ ଡ୍ୟାନ୍ସ ଦେଖି ହାତୀ ମଧ୍ୟ ଜୋଶରେ ଆସିଯାଉଛନ୍ତି। ସେମାନେ ନିଜ ଶୁଣ୍ଢ ହଲାଇବାକୁ ଲାଗୁଛନ୍ତି। ଯୁବତୀ ସେମାନଙ୍କୁ ଦେଖି ହସି ପକାଉଛନ୍ତି ଏବଂ ସେମାନଙ୍କ ସହିତ ଡ୍ୟାନ୍ସ କରିବାକୁ ଲାଗୁଛନ୍ତି। ସେଠାରେ ଉପସ୍ଥିତ ଲୋକେ ମଧ୍ୟ ଏହି ଦୃଶ୍ୟ ଦେଖି ହସୁଛନ୍ତି।
ଆଇପିଏସ୍ ଅଫିସର ଭିଡିଓ ଶେୟାର କରି କ୍ୟାପସନ ଲେଖିଛନ୍ତି, ‘କ’ଣ ହାତୀ ଡ୍ୟାନ୍ସ କରିପାରିବେ?’ ଉତ୍ତର ହେଉଛି ହଁ, ସେମାନେ ମୋଠାରୁ ବି ଭଲ ଡ୍ୟାନ୍ସ କରୁଛନ୍ତି’। ଏହି ଭିଡିଓକୁ ସେ ୧୮ ଜାନୁଆରୀରେ ଶେୟାର କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…