Below header

ଯୁବତୀଙ୍କ ଡ୍ୟାନ୍ସ ଦେଖି ହାତୀ ମଧ୍ୟ କରିବାକୁ ଲାଗୁଛନ୍ତି ଡ୍ୟାନ୍ସ, ଟୁଇଟ କରି IPS କହିଲେ, ‘ମୋଠାରୁ ବି ଭଲ ଡ୍ୟାନ୍ସ କରୁଛନ୍ତି’, ଦେଖନ୍ତୁ ଭାଇରାଲ Video

ସୋସିଆଲ ମିଡିଆରେ ହାତୀ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ଯୁବତୀଙ୍କ ଡ୍ୟାନ୍ସ ଦେଖି ପଛପାର୍ଶ୍ୱରେ ଛିଡ଼ା ହୋଇଥିବା ଦୁଇଟି ହାତୀ ଠିକ୍‌ ସେମିତି ହିଁ ଡ୍ୟାନ୍ସ କରିବାକୁ ଲାଗୁଛନ୍ତି। ଆପଣ ହାତୀର ଅନେକ ମଜାଦାର ଭିଡିଓ ଦେଖିଥିବେ। କିନ୍ତୁ ଏହି ଭିଡିଓକୁ ଦେଖିଲେ ଆପଣ ହସି ହସି ଲୋଟପୋଟ ହୋଇଯିବେ।

ଭିଡିଓଟିକୁ ଆଇପିଏସ୍‌ ଅଫିସର ଦୀପାଂଶୁ କାବରା ଟୁଇଟରରେ ଶେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ କି, ଯୁବତୀ ଡ୍ୟାନ୍ସ କରୁଛନ୍ତି। ତାଙ୍କ ଡ୍ୟାନ୍ସ ଦେଖି ହାତୀ ମଧ୍ୟ ଜୋଶରେ ଆସିଯାଉଛନ୍ତି। ସେମାନେ ନିଜ ଶୁଣ୍ଢ ହଲାଇବାକୁ ଲାଗୁଛନ୍ତି। ଯୁବତୀ ସେମାନଙ୍କୁ ଦେଖି ହସି ପକାଉଛନ୍ତି ଏବଂ ସେମାନଙ୍କ ସହିତ ଡ୍ୟାନ୍ସ କରିବାକୁ ଲାଗୁଛନ୍ତି। ସେଠାରେ ଉପସ୍ଥିତ ଲୋକେ ମଧ୍ୟ ଏହି ଦୃଶ୍ୟ ଦେଖି ହସୁଛନ୍ତି।

ଆଇପିଏସ୍‌ ଅଫିସର ଭିଡିଓ ଶେୟାର କରି କ୍ୟାପସନ ଲେଖିଛନ୍ତି, ‘କ’ଣ ହାତୀ ଡ୍ୟାନ୍ସ କରିପାରିବେ?’ ଉତ୍ତର ହେଉଛି ହଁ, ସେମାନେ ମୋଠାରୁ ବି ଭଲ ଡ୍ୟାନ୍ସ କରୁଛନ୍ତି’। ଏହି ଭିଡିଓକୁ ସେ ୧୮ ଜାନୁଆରୀରେ ଶେୟାର କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.