ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଦେଲେ ୧,୧୧,୧୧୧ ଟଙ୍କା ଚାନ୍ଦା

କଂଗ୍ରେସର ରାଜ୍ୟ ସଭା ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଚାନ୍ଦା ଦେଇଛନ୍ତି। ଦିଗ୍ବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ଚେକ୍ ଆକାରରେ ଏହି ଅର୍ଥ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ପଠାଇଛନ୍ତି।
ଚେକ୍ ସହ ସେ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଚିଠିରେ ସେ ଚାନ୍ଦା ଆଦାୟ କାର୍ଯ୍ୟକ୍ରମକୁ ସୌହାର୍ଦ୍ଦ୍ୟପୂର୍ଣ୍ଣଭାବେ କରିବାକୁ ଅପିଲ କରିଛନ୍ତି। ଦିଗ୍ବିଜୟ ନିଜ ଚିଠିରେ ଲେଖିଛନ୍ତି, ୧୫ ଜାନୁଆରୀ ୨୦୨୧ରୁ ରାମ ମନ୍ଦିର ନିର୍ମାଣ ପାଇଁ ପୂରା ଦେଶରେ ଚାନ୍ଦା ଅଭିଯାନ ଆରମ୍ଭ ହୋଇଛି। ଏହା ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ମଧ୍ୟ ଏଥିପାଇଁ ଚାନ୍ଦା ଅଭିଯାନ ଆରମ୍ଭ କରିସାରିଲେଣି। ବିଶ୍ୱ ହିନ୍ଦୁ ପରିଷଦ ଏହି ଚାନ୍ଦାର ଏକ ଲେଖା ଦେଉ ବୋଲି ସେ କହିଛନ୍ତି।
भगवान राम मेरे परिवार के आराध्य के केंद्र हैं। जो लोग मेरी निष्ठा व धार्मिकता पर प्रश्न चिन्ह लगाते हैं वे कृपया राघौगढ़ में स्थित राधौ जी महाराज के मंदिर में जा कर अवश्य दर्शन करें। #राघौजी_महाराज_की_जय
— digvijaya singh (@digvijaya_28) January 19, 2021
ଏଥିସହ ସେ ଏହି ଚାନ୍ଦା ଆଦାୟ କାର୍ଯ୍ୟକ୍ରମରେ କୌଣସି ଶଙ୍କରାଚାର୍ଯ୍ୟଙ୍କୁ କାହିଁକି ସାମିଲ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଏହି ଧର୍ମୀୟ କାର୍ଯ୍ୟରେ ସମସ୍ତ ଧର୍ମଗୁରୁଙ୍କୁ ସାମିଲ କରାଯିବା ଉଚିତ।
ଦିଗ୍ବିଜୟ ଲେଖିଛନ୍ତି, ମଧ୍ୟପ୍ରଦେଶର ରାଧେଗଡ଼ରେ ମୋ ଘରେ ୪୦୦ ବର୍ଷ ହେଲା ଭଗବାନ ରାମ(ରାଧୌଜୀ ମହାରାଜ)ଙ୍କ ମନ୍ଦିର ରହିଛି। ଏଠାରେ ପ୍ରତିଦିନ ଠାକୁରଙ୍କ ପୂଜା ବିଧି ମୁତାବକ ହୋଇଥାଏ। ମୋ ପ୍ରତିଟି ରକ୍ତରେ ରାମ ଅଛନ୍ତି, କିନ୍ତୁ ମୁଁ କେବେ ବି ତାଙ୍କ ନାଁକୁ ରାଜନୀତିରେ ମିଶ୍ରଣ କରିନାହିଁ।