ଭ୍ୟାକ୍ସିନ୍‌ ବିତରଣ ପଲିସିରେ ଅସମାନତାକୁ ନେଇ କ୍ଷୁବ୍ଧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ, କହିଲେ କିଛି ଏପରି

କେନ୍ଯୁଜ୍: ଭ୍ୟାକ୍ସିନ୍‌ ବିତରଣ ପଲିସିରେ ଅସମାନତାକୁ ନେଇ କ୍ଷୁବ୍ଧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ । ସେ କହିଛନ୍ତି, ଏଥିପାଇଁ ବିଶ୍ୱ ନୈତିକ ବିଫଳତାର ସମ୍ମୁଖୀନ ହେଉଛି । ଗରିବ ରାଜ୍ୟର ଅସୁରକ୍ଷିତ ଲୋକଙ୍କ ପୂର୍ବରୁ ଧନୀ ରାଷ୍ଟ୍ରର ଲୋକଙ୍କୁ ଟିକା ଦେବା ଠିକ୍‌ ନୁହଁ ।

WHO ମୁଖ୍ୟ କହିଛନ୍ତି, ୪୯ ଧନୀ ରାଜ୍ୟରେ ୩୯ ମିଲିୟନ୍‌ରୁ ଅଧିକ ଟିକା ଦିଆଯାଇଥିଲା । ହେଲେ ଗୋଟିଏ ଗରିବ ରାଷ୍ଟ୍ରରେ ମାତ୍ର ୨୫ଟି ଡୋଜ୍‌ ଦିଆଯାଇଛି । ଏପର୍ଯ୍ୟନ୍ତ ଚୀନ୍‌, ଭାରତ, ଋଷ, ବ୍ରିଟେନ୍‌ ଏବଂ ଆମେରିକା କୋଭିଡ୍‌ ଟିକା ବିକଶିତ କରିଛନ୍ତି । ଏହି ସବୁ ରାଷ୍ଟ୍ର ନିଜ ନିଜ ଜନସଂଖ୍ୟାରେ ଟିକା ବଣ୍ଟନକୁ ପ୍ରାଥମିକତା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.