ଦେଶ ବିଦେଶ

ସରକାରଙ୍କୁ ୨୦୦ ଟଙ୍କା ଏବଂ ସାଧାରଣ ଲୋକଙ୍କ ପାଇଁ ୧୦୦୦ ଟଙ୍କା ରହିବ ଟିକାର ଦାମ୍ : ଆଦର ପୁନାୱାଲା

ଭାରତରେ ଏହି ମାସରୁ କରୋନା ଭ୍ଯାକସିନ ଦିଆଯିବା ପାଇଁ ଅଭିଯାନ ଆରମ୍ଭ ହେଉଛି। ଭାରତରେ ଦୁଇଟି କରୋନା ଟିକାକୁ ଅନୁମତି ମିଳିସାରିଛି। କୋଭିସିଲ୍ଡ ଓ ସ୍ବଦେଶୀ କରୋନା ଟିକା କୋଭାକ୍ସିନଙ୍କୁ ଜରୁରିକାଳୀନ ବ୍ୟବହାର ପାଇଁ ସରକାର ଅନୁମତି ପ୍ରଦାନ କରିବା ପରେ ଏବେ ଟିକାକରଣକୁ ଅପେକ୍ଷା ରହିଛି। ଅନ୍ୟପଟେ କରୋନା ଭ୍ୟାକସିନ୍ ର ଦାମ ସାଧାରଣ ଲୋକଙ୍କ ପାଇଁ କେତେ ରହିବ ସେନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ଭ୍ୟାକସିନ୍ ଦାମକୁ ନେଇ ସିରମ ଇନଷ୍ଟିଚ୍ଯୁଟର ସିଇଓ ଆଦର ପୁନାଓ୍ବାଲା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଅକ୍ସଫୋର୍ଡ ଭ୍ୟାକ୍ସିନ୍ ସରକାରଙ୍କୁ ୨୦୦ ଟଙ୍କାରେ ଦିଆଯିବାକୁ ଥିବା ବେଳେ ଲୋକମାନଙ୍କୁ ଏହି ଟିକା ୧୦୦୦ ଟଙ୍କାରେ ମିଳିବ।

ପୁନେରେ ସିରମ ଇନଷ୍ଟିଚ୍ଯୁଟରେ  ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡର ପ୍ରସ୍ତୁତ ଚାଲିଛି। ରବିବାର ଡ୍ରଗ୍ କଂଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଭାରତରେ ଖୁବଶୀଘ୍ର ଟିକାକରଣ ଆରମ୍ଭ ହୋଇଯିବ ବୋଲି କୁହାଯାଉଛି।

ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭ୍ୟାକ୍ସିନ୍ ର ଡ୍ରାଏ ରନ୍ କରାଯାଇଛି। ଭାରତ ସରକାରଙ୍କ ବ୍ୟତୀତ ୟୁରୋପୀୟ ସଂଘ ଭ୍ୟାକ୍ସିନ୍ ନିର୍ମାତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛି। ସରକାରଙ୍କୁ ଏହି ଟିକା ୨୦୦ ଟଙ୍କା ଏବଂ ପ୍ରାଇଭେଟ ମାର୍କେଟରେ ୧ ହଜାର ଟଙ୍କାରେ ମିଳିବ। ଫାଇଜର-ବାୟୁଏନଟେକ୍ ଟିକା ଠାରୁ କୋଭିସିଲ୍ଡ ଶସ୍ତା ଓ ପରିବହନ ପାଇଁ ସହଜ ବୋଲି ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି।
ବିଶ୍ବର ସବୁଠୁ ବଡ଼ ଭ୍ୟାକ୍ସିନ୍ ନିର୍ମାତା ସିରମ ଇନଷ୍ଟିଚ୍ଯୁଟ ପ୍ରତି ମାସରେ ୫୦ରୁ ୬୦ ମିଲିୟନ କୋଭିସିଲ୍ଡ ଡୋଜ୍ ପ୍ରସ୍ତୁତ କରୁଛି। ମୁଖ୍ୟ କଥା ହେଉଛି ୨୦୨୧ ମଧ୍ୟ ଭାଗ ସୁଦ୍ଧା ଭାରତ ସରକାର ୧୩୦ କୋଟିରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ୍ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

Swagatika

Recent Posts

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଇଭିଏମ୍‌ ଏବଂ ଭିଭିପାଟ୍‌କୁ ପୋଖରୀରେ ଫିଙ୍ଗିଲେ ଲୋକ

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…

10 mins ago

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

12 mins ago

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

25 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

28 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

35 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

54 mins ago