ଦେଶ ବିଦେଶ

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ, ଦୁଇଦିନ ସ୍କୁଲ୍‌ ବନ୍ଦ କଲେ ସରକାର

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦୂଷଣ ଦିନକୁ ଦିନ ଖରାପ ହେବାରେ ଲାଗିଛି ।  ଅସମ୍ଭାଳ ଆଡକୁ ଯାଉଛି ସ୍ଥିତି । ଗତକାଲି ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ମାନ ୪୦୦ ସ୍ତର ଟପିଛି । ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ଯ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ସକାଳୁ ସକାଳୁ ଅନେକ ସ୍ଥାନରେ ଭିଜିବିଲିଟି ୫୦୦ ମିଟର ବି ରହୁନି । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି ।

ବାୟୁ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନେକ କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର ।  ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଦୁଇ ଦିନ ପାଇଁ ବନ୍ଦ କରିବାକୁ ଦିଲ୍ଳୀ ସରକାର ଘୋଷଣା କରିଛନ୍ତି। ଅନ୍‌ଲାଇନରେ ପାଠପଢ଼ା ଲାଗି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ସରକାର ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରିଛନ୍ତି। କେବଳ ନିର୍ମାଣ କାର୍ଯ୍ୟ ନୁହେଁ, ଭଙ୍ଗାରୁଜା କାର୍ଯ୍ୟ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏଥିସହିତ ଜାତୀୟ ରାଜଧାନୀ ଭିତରକୁ ହାଲ୍‌କା ବାଣିଜ୍ୟିକ ଯାନ ଏବଂ ଡିଜେଲ୍‌ ଟ୍ରକ ପ୍ରବେଶକୁ ବନ୍ଦ ଘୋଷଣା କରିଛନ୍ତି। ଅନଲାଇନ୍‌ରେ ପିଲାଙ୍କୁ ପାଠ ପଢ଼ାଇବା ଲାଗି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଦୁଇଦିନ ପର୍ଯ୍ୟନ୍ତ ବିଦ୍ୟାଳୟଙ୍କୁ ନଆସିବା ଲାଗି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ପ୍ରଦୂଷଣ ସ୍ତର ଆହୁରି ଖରାପ ହେବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି। ଅନେକ ଅଞ୍ଚଳରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରିସାରିଛି। ପ୍ରଦୂଷଣର ମାତ୍ରା ବଢିବା ଦ୍ୱାରା ଶିଶୁ ଓ ବୟସ୍କଙ୍କଠାରେ ଆଜ୍‌ମା ଓ ଫୁସଫୁସ ସମସ୍ୟା ବଢ଼ିଯିବ ବୋଲି ଡାକ୍ତରମାନେ ଆଶଙ୍କା କରୁଛନ୍ତି।

 

Barsha

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

10 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

11 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

12 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

12 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

13 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

13 hours ago