ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡ଼ିର ସାଇ ମନ୍ଦିର ବନ୍ଦ! ବାବାଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ବନ୍ଦ ଡାକରା ଦେଇଛି ସାଇବାବା ସଂସ୍ଥାନ ଟ୍ରଷ୍ଟ

ମୁମ୍ବାଇ : କୋଟି କୋଟି ସାଇ ଭକ୍ତଙ୍କୁ ଝଟକା । ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ଶିରିଡ଼ିର ସାଇବାବାଙ୍କ ମନ୍ଦିର। ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ବନ୍ଦ ଡାକରା ଦେଇଛି ସାଇବାବା ସଂସ୍ଥାନ ଟ୍ରଷ୍ଟ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପର୍‌ଭଣୀର ପଥ୍ରୀକୁ ସାଇବାବାଙ୍କ ଜନ୍ମସ୍ଥାନ ବୋଲି କହିବା ପରେ ଏହାକୁ ନେଇ ଉଠିଛି ବିବାଦ। ପ୍ରତିବାଦ କରିଛି ସାଇବାବା ସଂସ୍ଥାନ ଟ୍ରଷ୍ଟ। ଏନେଇ ଆଜି ସଂଧ୍ୟାରେ ଶିରିଡ଼ି ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ। ଗ୍ରାମବାସୀଙ୍କ ସହ ଆଲୋଚନା ପରେ କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମନ୍ଦିର ବନ୍ଦ କରାଯିବ ବୋଲି ଟ୍ରଷ୍ଟର ସଦସ୍ୟ ବି. ୱାକ୍‌ଚୁରେ କହିଛନ୍ତି।

ତେବେ ଶିରିଡ଼ି ଆସୁଥିବା ଶ୍ରଦ୍ଧାଳୁ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ଧ୍ୟାନ ଦିଆଯିବ। ଶିରିଡ଼ି ସାଇବାବାଙ୍କ ସମାଧି ପ୍ରଶାସନ ଏହି ନିଷ୍ପତ୍ତି ଗ୍ରହଣ କରିିଛି। ଏହାସହ ପଥ୍ରୀକୁ ସାଇବାବାଙ୍କ ଜନ୍ମସ୍ଥାନ ଦର୍ଶାଇ ଏହାର ବିକାଶ ପାଇଁ ଦେବେନ୍ଦ୍ର ଫଡନଭିସଙ୍କ ଶହେ କୋଟି ଟଙ୍କାର ମଞ୍ଜୁରୀକୁ ମଧ୍ୟ ବିରୋଧ କରିଛି ଟ୍ରଷ୍ଟ।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

5 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

7 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

48 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago