Categories: କ୍ରୀଡା

ହୋବାର୍ଟରେ ସାନିଆ ମିର୍ଜାଙ୍କ ଜୟ ହୋ, ପ୍ରତ୍ୟାବର୍ତ୍ତନ ପରେ ଜିତିଲେ ପ୍ରଥମ ଟାଇଟଲ୍‌

ହୋବାର୍ଟ : ଦମ୍‌ଦାର ପ୍ରଦର୍ଶନ କରି ସାନିଆ ମିର୍ଜା ତାଙ୍କ କମ୍‌ବ୍ୟାକ୍‌ ଟୁର୍ଣ୍ଣାମେଣ୍ଟରେ ଟାଇଟଲ୍‌ ହାସଲ କରିଛନ୍ତି । ଭାରତର ଟେନିସ୍‌ କୁଇନ୍‌ ସାନିଆ ୟୁକ୍ରେନ୍‌ର ନାଦିଆ କିଚେନୋକଙ୍କ ସହ ମିଶି ଏଠାରେ ମହିଳା ଡବଲ୍‌ସ ବର୍ଗରେ ଚାମ୍ପିଅନ୍‌ ହୋଇଛନ୍ତି । ଫାଇନାଲ୍‌ରେ ସାନିଆ ଓ ନାଦିଆଙ୍କ ଯୋଡ଼ି ୬-୪, ୬-୪ ସେଟ୍‌ରେ ଚୀନ୍‌ର ଝାଙ୍ଗ ସୁଆଇ ଓ ପେଙ୍ଗ ସୁଆଇଙ୍କ ଯୋଡ଼ିକୁ ହରାଇ ବିଜୟ ହାଲ କରିଛନ୍ତି । ଏହି ବିଜୟ ପାଇଁ ସେମାନଙ୍କ ୧ ଘଣ୍ଟା ୨୧ ମିନିଟ୍‌ ସମୟ ଲାଗିଥିଲା । ସାନିଆଙ୍କ କ୍ୟାରିୟର୍‌ର ଇଏ ହେଉଛି ୪୨ତମ ଡବ୍‌ଲ୍ୟୁଟିଏ ଟାଇଟଲ୍‌ ।

ମା ହେବ ପରେ ସେ ଏଠାରେ ପ୍ରଥମଥର ପ୍ରତିଯୋଗିତା ମୂଳକ ଟୁର୍ଣ୍ଣାମେଣ୍ଟରେ ଖେଳି ଏଭଳି ବଡ଼ ସଫଳତା ହାସଲ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସାନିଆ ଓ ନାଦିଆ ଅଣସିଡେଡ୍‌ ଖେଳାଳିର ମାନ୍ୟତା ପାଇଥିଲେ । ତେବେ ସେମାନେ ଦୁଇ ନମ୍ବର ସିଡ୍‌ ଚୀନ୍‌ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି ।
ଆଗକୁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ୍‌ ଟୁର୍ଣ୍ଣାମେଣ୍ଟ ରହିଛି ଏବଂ ଚଳିତ ବର୍ଷ ଅଲିମ୍ପିକ୍‌ ମଧ୍ୟ ହେବ । ତା ପୂର୍ବରୁ ସାନିଆ ନିଜକୁ ପ୍ରସ୍ତୁତ କରି ନେଇଛନ୍ତି । ପାକିସ୍ତାନ କ୍ରିକେଟର୍‌ ସୋଏବ ମଲ୍ଲିକଙ୍କୁ ବିବାହ କରିଥିବା ୩୩ ବର୍ଷ ବୟସ୍କା ସାନିଆ ମା ହେବା ପାଇଁ ଗତ ୨୦୧୮ ଓ ୨୦୧୯ ଦୁଇ ବର୍ଷ ଧରି ଖେଳି ନଥିଲେ । ଏହି ବିଜୟ ପରେ ସାନିଆ କହିଛନ୍ତି ଏହାଠାରୁ ଆଉ ଭଲ କମ୍‌ବ୍ୟାକ କଣ ହୋଇ ପାରେ ।

ଦେଖନ୍ତୁ ତାଙ୍କ ପ୍ରତିକ୍ରିୟାର ଭିଡିଓ….

ସାନିଆ ନିଜ ପୁଅ ଇଝାନ୍‌କୁ କୋର୍ଟ ପାଖରେ ରଖି ଖେଳୁଥିଲେ । ଜିତିଲା ପରେ ପୁଅ ସହ ହାତ ମିଳାଉଥିଲେ । ତେଣୁ ନିଜ ବାପା ମା’ଙ୍କ ସହ ପୁଅ ଓ ସ୍ୱାମୀ ତାଙ୍କର ପ୍ରେରଣା ବୋଲି ସାନିଆ କହିଛନ୍ତି ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

13 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

15 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

56 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago