ଆଜି ବନ୍ଦ ରହିବନି ଶିରିଡି: ଦିନକ ପାଇଁ ଆନ୍ଦୋଳନ ସ୍ଥଗିତ, ମୁମ୍ବାଇରେ ବୈଠକ ଡାକିଛନ୍ତି ଉଦ୍ଧବ ଠାକରେ

କେନ୍ୟୁଜ୍: ଶିରିଡ଼ି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ । ପାଥରୀ ବାବାଙ୍କ ଜନ୍ମସ୍ଥାନ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତିବାଦରେ ଗତକାଲି ଶିରିଡିରେ ବନ୍ଦ ପାଳନ କରାଯାଇଥିଲା । ବିରୋଧ ପରେ ବ୍ୟାକଫୁଟରେ ଉଦ୍ଧବ ଠାକରେ । ଆଜି ମୁମ୍ବାଇରେ ବୈଠକ ଡାକିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ଶିରିଡି ବାସିନ୍ଦା ବନ୍ଦ ପାଳନରୁ ଓହରିଛନ୍ତି । ବୈଠକରେ କଣ ନିଷ୍ପତ୍ତି ହେଉଛି ତାଉପରେ ରହିଛି ସମସ୍ତଙ୍କ ନଜର ।

ପାଥରୀ ସାଇ ବାବାଙ୍କ ଜନ୍ମସ୍ଥାନ ବୋଲି କହିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତାଙ୍କ ମନ୍ତବ୍ୟକୁ ଗ୍ରହଣ କରିବାକୁ ନାରାଜ ଶିରିଡ଼ି ବାସିନ୍ଦା । ପ୍ରତିବାଦରେ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିରିଡ଼ିରେ ବନ୍ଦ ଡାକରା ଦେଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତବ୍ୟ ଫେରାଇ ନେବାକୁ ଦାବି କରିଥିଲେ ଶିରିଡି ବାସିନ୍ଦା । ମୁଖ୍ୟମନ୍ତ୍ରୀ ବୈଠକ ଡାକିଥିବାରୁ ଆଜି ବନ୍ଦକୁ ସ୍ଥଗିତ ରଖିଛନ୍ତି । ଗତକାଲି ଶିରିଡିରେ ବନ୍ଦ ପାଳନ ହୋଇଥିଲେ ବି ମନ୍ଦିର ଖୋଲା ରହିଥିଲା । ଦିନ ସାରା ଚାଲିିଥିଲା ବାବାଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago