Below header

ଆଜି ବନ୍ଦ ରହିବନି ଶିରିଡି: ଦିନକ ପାଇଁ ଆନ୍ଦୋଳନ ସ୍ଥଗିତ, ମୁମ୍ବାଇରେ ବୈଠକ ଡାକିଛନ୍ତି ଉଦ୍ଧବ ଠାକରେ

କେନ୍ୟୁଜ୍: ଶିରିଡ଼ି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ । ପାଥରୀ ବାବାଙ୍କ ଜନ୍ମସ୍ଥାନ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତିବାଦରେ ଗତକାଲି ଶିରିଡିରେ ବନ୍ଦ ପାଳନ କରାଯାଇଥିଲା । ବିରୋଧ ପରେ ବ୍ୟାକଫୁଟରେ ଉଦ୍ଧବ ଠାକରେ । ଆଜି ମୁମ୍ବାଇରେ ବୈଠକ ଡାକିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ଶିରିଡି ବାସିନ୍ଦା ବନ୍ଦ ପାଳନରୁ ଓହରିଛନ୍ତି । ବୈଠକରେ କଣ ନିଷ୍ପତ୍ତି ହେଉଛି ତାଉପରେ ରହିଛି ସମସ୍ତଙ୍କ ନଜର ।

shiridiପାଥରୀ ସାଇ ବାବାଙ୍କ ଜନ୍ମସ୍ଥାନ ବୋଲି କହିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତାଙ୍କ ମନ୍ତବ୍ୟକୁ ଗ୍ରହଣ କରିବାକୁ ନାରାଜ ଶିରିଡ଼ି ବାସିନ୍ଦା । ପ୍ରତିବାଦରେ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିରିଡ଼ିରେ ବନ୍ଦ ଡାକରା ଦେଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତବ୍ୟ ଫେରାଇ ନେବାକୁ ଦାବି କରିଥିଲେ ଶିରିଡି ବାସିନ୍ଦା । ମୁଖ୍ୟମନ୍ତ୍ରୀ ବୈଠକ ଡାକିଥିବାରୁ ଆଜି ବନ୍ଦକୁ ସ୍ଥଗିତ ରଖିଛନ୍ତି । ଗତକାଲି ଶିରିଡିରେ ବନ୍ଦ ପାଳନ ହୋଇଥିଲେ ବି ମନ୍ଦିର ଖୋଲା ରହିଥିଲା । ଦିନ ସାରା ଚାଲିିଥିଲା ବାବାଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.