ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଘଟଣା, ଦୁଇ ଅଭିଯୁକ୍ତକୁ ଗିରଫ କଲା ସ୍ପେଶାଲ ସ୍କ୍ଵାର୍ଡ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ସ୍ପେଶାଲ ସ୍କ୍ଵାର୍ଡ ଓ ପଟ୍ଟାମୁଣ୍ଡାଇ ପୋଲିସ ଏମାନଙ୍କୁ ଗିରଫ କରିବା ସହ ଅପହରଣରେ ବ୍ୟବହୃତ ଏକ ବୋଲେରୋ ଜବତ କରାଯାଇଛି । ନାବାଳିକା ଜଣଙ୍କ ତାଙ୍କ ମାମୁ ଘରକୁ ଯାଉଥିବା ବେଳେ କିଛି ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ଥଣ୍ଡା ପାନୀୟରେ ନିଶା ଦେଇ ତାଙ୍କୁ ସଜ୍ଞାହୀନ କରିଦେଇଥିଲେ । ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ପଚରାଉଚରା ବେଳେ ଜଣାପଡ଼ିଥିବା କେନ୍ଦ୍ରାପଡ଼ା ଏସ୍‌ପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.