Below header

ଭବାନୀପାଟଣାର ରେଣ୍ଡୋ ମାଝୀ ମଞ୍ଚରେ ଶେଷ ହୋଇଛି କଳାହାଣ୍ଡି ଉତ୍ସବ ‘ଘୁମୁରା’, ଦର୍ଶକଙ୍କ ସହ ଅତିଥିମାନେ ଉପଭୋଗ କରିଥିଲେ ବିଭିନ୍ନ କାର୍ଯ୍ୟକ୍ରମକୁ

କଳାହାଣ୍ଡି(କେନ୍ୟୁଜ୍): ଶେଷ ହୋଇଛି କଳାହାଣ୍ଡି ଉତ୍ସବ ଘୁମୁରା। ଭବାନୀପାଟଣାର ରେଣ୍ଡୋ ମାଝୀ ମଞ୍ଚରେ ଶେଷ ହୋଇଛି ଉତ୍ସବ। ଉଦଯାପନୀ ଉତ୍ସବରେ ଆସାମର ବିହୁ, ନାଗପୁରର ଲାବଣୀ, ଯୋତପୁରର ପାରମ୍ପରିକ ବାଜା ସହ କଳାହାଣ୍ଡିର ଢୋଲ, ନିଶାନ, ମହୁରି ଏକା ସାଙ୍ଗରେ ମଞ୍ଚରେ ପରିବେଶିତ ହୋଇଥିଲା। ଦର୍ଶକଙ୍କ ମନ କିଣି ନେଇଥିଲେ କଳାକାର। ଉଦଯାପନୀ ସଂଧ୍ୟାରେ ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଂକର ମିଶ୍ର, ଅନୁସୂଚିତ ଜାତି ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଦର୍ଶକଙ୍କ ସହ ଅତିଥିମାନେ ମଧ୍ୟ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି ଉତ୍ସବରେ କାଳାହାଣ୍ଡି ଜିଲ୍ଳା ଏବଂ ଜିଲ୍ଲା ବାହାରୁ ବହୁ ଜନସମାଗମ ହୋଇଥିଲା। ଲୋକେ ପଲ୍ଲୀଶ୍ରୀ ମେଳାର ମଜା ବି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.