ଫେବ୍ରୁଆରୀ ୧୧ରେ ହେବ ଦ୍ୱିତୀୟ ବିମ୍‌ଷ୍ଟେକ୍‌ ଡିଜାଷ୍ଟର ମ୍ୟାନେଜମ୍ୟାଣ୍ଟ ଏକ୍ସରସାଇଜ୍‌, ସମୀକ୍ଷା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଏନ୍‌ଡିଆରଏଫ ଡିଜି

ପୁରୀ(କେନ୍ୟୁଜ୍) : ଫେବ୍ରୁଆରୀ ୧୧ରେ ଦ୍ୱିତୀୟ ବିମ୍‌ଷ୍ଟେକ୍ ଡିଜାଷ୍ଟର ମ୍ୟାନେଜମ୍ୟାଣ୍ଟ ଏକ୍ସରସାଇଜ୍ ୨୦୨୦ ଅନୁଷ୍ଠିତ ହେବ । ପୁରୀରେ ଏହି ଏକ୍ସରସାଇଜ୍ ହେବ । ଏହାର ପ୍ରସ୍ତୁତି ନେଇ ଆଜି ଓଡ଼ିଶା ଆସିବେ ଏନ୍‌ଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ । ଗତ ନଭେମ୍ବର ମାସରେ ମଧ୍ୟ ପୁରୀରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏଥର ଏକ୍ସରସାଇଜ୍‌ର ଫୋକସରେ ରହିବ, ବିପର୍ଯ୍ୟୟ ସମୟରେ ସାଂସ୍କୃିତକ ଓ ଐହିତ୍ୟ ସ୍ଥଳୀର ସୁରକ୍ଷା । ଡିଜାଷ୍ଟର ମ୍ୟାନେଜମ୍ୟାଣ୍ଟ ଏକ୍ସରସାଇଜ୍ ୨୦୨୦ ଆରମ୍ଭ ପୂର୍ବରୁ, ପୁରୀର ବିଭିନ୍ନ ସ୍କୁଲ କଲେଜରେ ବିପର୍ଯ୍ୟୟ ମୁକାବିଲା ନେଇ ଡ୍ରିଲ କରାଯାଉଛି । ବେ ଅଫ ବେଙ୍ଗାଲ ଇନିସିଏଟିଭ ଫର ମଲ୍‌ଟି ସେକ୍ଟରାଲ ଟେକ୍‌ନିକାଲ ଆଣ୍ଡ ଇକୋନୋମିକ୍ କୋଅପରେସନ, ବିମ୍‌ଷ୍ଟେକ୍‌ରେ ସଦସ୍ୟ ଅଛନ୍ତି, ବାଂଲାଦେଶ, ଭାରତ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନ ସଦସ୍ୟ ଅଛନ୍ତି।

 

Leave A Reply

Your email address will not be published.