ଜଳେଶ୍ୱର: ବିଳମ୍ବିତ ରାତିରେ ପିକନିକ୍ ବସକୁ ପଛପଟୁ ଧକ୍କା ଦେଲା ଗୋରୁ ବୋଝେଇ ଭ୍ୟାନ୍‌, ୭ ଯାତ୍ରୀ ଗୁରୁତର

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଜାତୀୟ ରାଜପଥ-୬୦ର ନନ୍ଦିକାଠାରେ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୭ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଚିକିତ୍ସା ଲାଗି ଜଳେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ପିକନିକ୍ ବସ୍‌ ପଛରେ ଏକ ଗୋରୁ ବୋଝେଇ ଭ୍ୟାନ୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ ପଶ୍ଚିମବଙ୍ଗରୁ କିଛି ପର୍ଯ୍ୟଟକମାନେ ପୁରୀରୁ କଲିକତା ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଘଟଣାସ୍ଥଳରେ ପୋଲିସ୍ ପହଁଚି ଗୋରୁ ବୋଝେଇ ଟ୍ରକକୁ ଜବତ କରି ତଦନ୍ତ ଚଳାଇଥିବାବେଳେ ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.