ଦେଶ ବିଦେଶ

ଫେସବୁକ ଲାଇଭ୍‌ କରି ଶିବସେନା ନେତାଙ୍କ ପୁଅକୁ ଗୁଳି କରି ହତ୍ୟା, ନିଜକୁ ସୁଟ୍‌ କରି ଜୀବନ ହାରିଲା ହତ୍ୟାକାରୀ

ମୁମ୍ବାଇ ଦହିସର ଅଞ୍ଚଳରେ ଉଦ୍ଧବ ଠାକରେଙ୍କ ଶିବସେନା ନେତାଙ୍କ ପୁଅ ଅଭିଷେକ ଘୋସାଲକରଙ୍କୁ ଫେସବୁକ୍‌ ଲାଇଭରେ ହତ୍ୟା କରାଯାଇଛି । ଏହାସହିତ ହତ୍ୟା କରିଥିବା ବ୍ୟକ୍ତି ମଧ୍ୟ ନିଜକୁ ଗୁଳି କରି ଜୀବନ ହାରିଦେଇଛନ୍ତି ।

ଖବର ମୁତାବକ, ଶିବସେନା ନେତା ଅଭିଷେକ ଘୋସାଲକରଙ୍କୁ ହଠାତ୍ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ଜଣଙ୍କ ଗୁଳି କରିଥିଲେ । ଏହାପରେ ଗୁଳି ଚଳାଇଥିବା ବ୍ୟକ୍ତି ଜଣଙ୍କ ନିଜକୁ ଶେଷ କରିଦେଇଥିଲେ । ଗୁଳିମାଡ଼ ପରେ ଅଭିଷେକଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଅଭିଷେକ ହେଉଛନ୍ତି ଶିବସେନା(ୟୁବିଟି) ନେତା ବିନୋଦ ଘୋସାଲକରଙ୍କ ପୁଅ । ଆଜି ସନ୍ଧ୍ୟାରେ ସେ ମାଉରିସ ଭାଇ ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ଫେସବୁକ ଲାଇଭ କରୁଥିଲେ । କିଛି ସମୟ ପରେ ମାଉରିସ ଭାଇ ଲାଇଭରୁ ଉଠି ଚାଲି ଯାଇଥିଲେ । କିନ୍ତୁ ସେ ପୁଣି ଆସିବା ସହ ଲାଇଭ ଭିଡିଓ ଚାଲିଥିବା ବେଳେ ଅଭିଷେକଙ୍କ ଉପରକୁ ଗୁଳି କରିଥିଲେ । ବ୍ୟକ୍ତି ଜଣକ ୩ ରାଉଣ୍ତ ଗୁଳି ଚଳାଇବା ପରେ ବନ୍ଧୁକକୁ ନିଜ ମୁଣ୍ଡରେ ରଖି ଫୁଟାଇ ଦେଇଥିଲେ ।

ତେବେ ମୁଣ୍ଡରେ ଗୁଳିମାଡ ଯୋଗୁଁ ମାଉରିସ ଭାଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ୩ଟି ଗୁଳିମାଡ଼ରେ ଆହତ ହୋଇଥିବା ଅଭିଷେକଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ଘଟଣାଟି ମାଉରିସ ଅଫିସରେ ଘଟିଛି । ମାଉରିସ ହିଁ ଅଭିଷେକକୁ ନିଜ ଅଫିସରେ ଫେସବୁକ୍‌ ଲାଇଭରେ ଚର୍ଚ୍ଚା ପାଇଁ ଡାକିଥିଲେ । ପୋଲିସ ଘଟଣାର ଯାଞ୍ଚ କରୁଛି ।

Swagatika

Recent Posts

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

43 mins ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

1 hour ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

2 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

2 hours ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

3 hours ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

3 hours ago