ଫେସବୁକ ଲାଇଭ୍ କରି ଶିବସେନା ନେତାଙ୍କ ପୁଅକୁ ଗୁଳି କରି ହତ୍ୟା, ନିଜକୁ ସୁଟ୍ କରି ଜୀବନ ହାରିଲା ହତ୍ୟାକାରୀ
ଶିବସେନା ନେତା ଅଭିଷେକ ଘୋସାଲକରଙ୍କୁ ହଠାତ୍ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ଜଣଙ୍କ ଗୁଳି କରିଥିଲେ । ଏହାପରେ ଗୁଳି ଚଳାଇଥିବା ବ୍ୟକ୍ତି ଜଣଙ୍କ ନିଜକୁ ଶେଷ କରିଦେଇଥିଲେ । ଗୁଳିମାଡ଼ ପରେ ଅଭିଷେକଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ମୁମ୍ବାଇ ଦହିସର ଅଞ୍ଚଳରେ ଉଦ୍ଧବ ଠାକରେଙ୍କ ଶିବସେନା ନେତାଙ୍କ ପୁଅ ଅଭିଷେକ ଘୋସାଲକରଙ୍କୁ ଫେସବୁକ୍ ଲାଇଭରେ ହତ୍ୟା କରାଯାଇଛି । ଏହାସହିତ ହତ୍ୟା କରିଥିବା ବ୍ୟକ୍ତି ମଧ୍ୟ ନିଜକୁ ଗୁଳି କରି ଜୀବନ ହାରିଦେଇଛନ୍ତି ।
ଖବର ମୁତାବକ, ଶିବସେନା ନେତା ଅଭିଷେକ ଘୋସାଲକରଙ୍କୁ ହଠାତ୍ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ଜଣଙ୍କ ଗୁଳି କରିଥିଲେ । ଏହାପରେ ଗୁଳି ଚଳାଇଥିବା ବ୍ୟକ୍ତି ଜଣଙ୍କ ନିଜକୁ ଶେଷ କରିଦେଇଥିଲେ । ଗୁଳିମାଡ଼ ପରେ ଅଭିଷେକଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ଅଭିଷେକ ହେଉଛନ୍ତି ଶିବସେନା(ୟୁବିଟି) ନେତା ବିନୋଦ ଘୋସାଲକରଙ୍କ ପୁଅ । ଆଜି ସନ୍ଧ୍ୟାରେ ସେ ମାଉରିସ ଭାଇ ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ଫେସବୁକ ଲାଇଭ କରୁଥିଲେ । କିଛି ସମୟ ପରେ ମାଉରିସ ଭାଇ ଲାଇଭରୁ ଉଠି ଚାଲି ଯାଇଥିଲେ । କିନ୍ତୁ ସେ ପୁଣି ଆସିବା ସହ ଲାଇଭ ଭିଡିଓ ଚାଲିଥିବା ବେଳେ ଅଭିଷେକଙ୍କ ଉପରକୁ ଗୁଳି କରିଥିଲେ । ବ୍ୟକ୍ତି ଜଣକ ୩ ରାଉଣ୍ତ ଗୁଳି ଚଳାଇବା ପରେ ବନ୍ଧୁକକୁ ନିଜ ମୁଣ୍ଡରେ ରଖି ଫୁଟାଇ ଦେଇଥିଲେ ।
#WATCH | Shiv Sena (UBT) leader Abhishek Ghosalkar shot in a firing in Dahisar area of Mumbai. He has been admitted to a hospital. Police present at the spot.
Details awaited. https://t.co/nYNsANQfHl pic.twitter.com/qZkoX4gLlr
— ANI (@ANI) February 8, 2024
ତେବେ ମୁଣ୍ଡରେ ଗୁଳିମାଡ ଯୋଗୁଁ ମାଉରିସ ଭାଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ୩ଟି ଗୁଳିମାଡ଼ରେ ଆହତ ହୋଇଥିବା ଅଭିଷେକଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ତେବେ ଘଟଣାଟି ମାଉରିସ ଅଫିସରେ ଘଟିଛି । ମାଉରିସ ହିଁ ଅଭିଷେକକୁ ନିଜ ଅଫିସରେ ଫେସବୁକ୍ ଲାଇଭରେ ଚର୍ଚ୍ଚା ପାଇଁ ଡାକିଥିଲେ । ପୋଲିସ ଘଟଣାର ଯାଞ୍ଚ କରୁଛି ।