ଦେଶ ବିଦେଶ

ବୁଥ୍‌ ଶୌଚାଳୟରେ ମୃତ ଅବସ୍ଥାରେ ମିଳିଲେ ଶିବସେନାର ପୋଲିଂ ଏଜେଣ୍ଟ, ତଦନ୍ତ କରୁଛି ପୋଲିସ

ମହାରାଷ୍ଟ୍ର: ମୁମ୍ବାଇର ୱର୍ଲି ଅଞ୍ଚଳରେ ଏକ ମତଦାନ କେନ୍ଦ୍ରର ଶୌଚାଳୟ ଭିତରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ମିଳିଛି । ମୃତ ପୋଲିଂ ବୁଥ୍‌ ଏଜେଣ୍ଟଙ୍କ ନାମ ମନୋହର ନଲଗେ ବୋଲି ଜଣାପଡ଼ିଛି । ୬୨ ବର୍ଷୀୟ ନଲଗେ ଶିବସେନା (ୟୁବିଟି)ର ପୋଲିଂ ବୁଥ୍‌ ଏଜେଣ୍ଟ ଥିଲେ । ମୁମ୍ବାଇର ଏନ୍‌ଏମ୍‌ ଯୋଶୀ ମାର୍ଗ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ମୁତାବକ, ନଲଗେ ଦୀର୍ଘ ଦିନରୁ ଶିବସେନା (ୟୁବିଟି)ର ପୋଲିଂ ଏଜେଣ୍ଟ ଥିଲେ ଏବଂ ବର୍ଷ ବର୍ଷ ଧରି ଦଳ ସହିତ ଯୋଡ଼ି ହୋଇ ରହିଥିଲେ ।

କହି ରଖୁଛୁ ଯେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ସୋମବାର ମହାରାଷ୍ଟ୍ରର ୧୩ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା । ରାତି ସୁଦ୍ଧା ପାଖାପାଖି ୪୯.୦୪ ପ୍ରତିଶତ ମତଦାନର ଖବର ରହିଛି । ଡିଣ୍ଡୋରି ଆସନରେ ସର୍ବାଧିକ ୫୭.୦୬ ପ୍ରତିଶତ ମତଦାନ ହୋଇଥିବା ବେଳେ କଲ୍ୟାଣରେ ସର୍ବନିମ୍ନ ୪୧.୭୦ ପ୍ରତିଶତ ହୋଇଥିଲା । ଏହା ସହିତ ରାଜ୍ୟର ସମସ୍ତ ୪୮ଟି ଆସନରେ ଭୋଟ୍ ଶେଷ ହୋଇଛି । ତେବେ ନିର୍ବାଚନ ମଧ୍ୟରେ ମୁମ୍ବାଇରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ମୁମ୍ବାଇର ୱର୍ଲି ବୁଥରେ ଶିବସେନା (ୟୁବିଟି)ର ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ମିଳିଛି । ପୋଲିସ ସୂଚନା ମୁତାବକ, ୬୨ ବର୍ଷୀୟ ମନୋହର ନଲଗେ ସୋମବାର ସନ୍ଧ୍ୟାରେ ଶୌଚାଳୟ ଯାଇଥିଲେ, ହେଲେ ଦୀର୍ଘ ସମୟ ଯାଏ ବାହାରକୁ ଆସି ନ ଥିଲେ । ଯେତେବେଳେ ତାଙ୍କ ସାଥୀମାନେ ଜବରଦସ୍ତ କବାଟ ଖୋଲିଥିଲେ, ସେତେବେଳେ ମନୋହର ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ ।

ଏହାପରେ ମନୋହରଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମନୋହର ବିଡିଡି ଚୌଲାର ବାସିନ୍ଦା ଥିଲେ । ପୋଲିସ ଏହି ଘଟଣାରେ ADR ଅଧୀନରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।

Roshni

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

7 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

18 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

31 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

34 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

54 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago